ବର୍ଷ ଶେଷରେ ସମାଜ କଲ୍ୟାଣ ବିକାଶ ପରିଷଦର ବନ୍ଧୁ ମିଳନ : ଦାବି ଲାଗି ଖଡଗପୁର ଡିଆର୍‌ଏମ୍‌ଙ୍କ ଆଲୋଚନା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ୨୦୨୧ ଶେଷ ଦିନରେ ଜଳେଶ୍ୱରର ଛାମୁଆ ସଂଗଠନ ସମାଜ କଲ୍ୟାଣ ବିକାଶ ପରିଷଦର ଏକ ବନ୍ଧୁମିଳନ ଉତ୍ସବ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସମ୍ପାଦକ ରାମଚନ୍ଦ୍ର ଜେନା ପୌରହିତ୍ୟ କରିଥିଲେ । ୨୦୧୪ ମସିହାରେ ଉକ୍ତ ପରିଷଦ ଜନ୍ମଲାଭ କରି ୧୫ ମସିହାରେ ସରକାରଙ୍କ ସ୍ୱିକୃତୀ ପାଇଥିଲା । ୨୦୧୮ ମସିହାରେ ଜଳେଶ୍ୱର ସବ୍‌ଡିଭିଜନ୍ ସମ୍ପର୍କରେ ତତ୍‌କାଳୀନ ରାଜସ୍ୱ ମନ୍ତ୍ରୀ, ରାଜସ୍ୱ ସଚୀବଙ୍କ ସହିତ ଆଲୋଚନା ପରେ ଜଳେଶ୍ୱର ରେଳ ଷ୍ଟେସନର ବିକାଶ ଓ ବିଭିନ୍ନ ରେଳ ଚଳାଚଳ ନେଇ ତତ୍‌କାଳୀନ ରେଳ ବୋର୍ଡର ଅଧ୍ୟକ୍ଷ, ମନ୍ତ୍ରୀଙ୍କ ସହିତ ଆଲୋଚନା ଓ ଦାବି କରାଯାଇଥିଲା । ଏ ସବୁ ଦାବି ଗୁଡିକ ମଧ୍ୟରୁ କେତେକ ଦାବି ପୂରଣ ହୋଇଥିବା ସମ୍ପର୍କରେ ସଦସ୍ୟମାନେ କହିଥିଲେ । ପରିଷଦ ପକ୍ଷରୁ ଖଡଗପୁରର ଡିଆର୍‌ଏମ୍‌, କୋଲକତାର ରେଳ ପ୍ରବନ୍ଧକ ଓ ଦିଲ୍ଲୀ ରେଳ ମନ୍ତ୍ରୀ ଓ ତାଙ୍କ ସହାୟକଙ୍କ ସହିତ ଆଲୋଚନା ହୋଇଥିବାରୁ ଯତ୍ରୀମାନଙ୍କ ସୁବିଧାପାଇଁ ରେଳ କାଉଣ୍ଟର, ସଂଗ୍ରକ୍ଷଣ ବ୍ୟବସ୍ଥା, ଲିପ୍ଟ ବ୍ୟବସ୍ଥା, ପାଇଖାନା ଏପରିକି ନୂଆ ରେଳ ଷ୍ଟେସନ କାର୍ଯ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ବାରମ୍ବାର ଆଲୋଚନା ପରେ ଦାବି ପୂରଣ ହୋଇଛି । ଷ୍ଟେସନର ପୂର୍ବପଟେ ଏକ ଟିକଟ କାଉଣ୍ଟର ପ୍ରତିଷ୍ଠା, ନୂଆ ରେଳ କାର୍ଯ୍ୟାଳୟ ନିର୍ମାଣ, ସିସିଟିଭି ସଂଯୋଗ, ୨୪ ଘଣ୍ଟିଆ ଟିକଟ ସଂରକ୍ଷଣ ବ୍ୟବସ୍ଥା, ସମସ୍ତ ପାସେଞ୍ଜର ରେଳ ଚଳାଚଳ, ଉତ୍କଳ କଳିଙ୍ଗ ରେଳର ରହଣି ସମ୍ପର୍କରେ ମଧ୍ୟ ଅତିତରେ ଆଲୋଚନା କରାଯାଇଛି । ଏ ବିସୟରେ ଅଧିକ ଆଲୋଚନା ପାଇଁ ଡିଆର୍‌ଏମ୍ ମନୋରଂଜନ ପ୍ରଧାନଙ୍କ ସହିତ ଆଲୋଚନା ହେବାରୁ ଆସନ୍ତା ୬ ତାରିଖରେ ସେ ନିଳଗିରି ଯାଉଥିବାରୁ ସବିଶେଷ ସୂଚନା ପାଇଁ ସାକ୍ଷାତଲାଗି ସହମତି ପ୍ରକାଶ କରିଛନ୍ତି । ଏହି ଆଲୋଚନାରେ ଶରତ ଚନ୍ଦ୍ର ପରିଡା, ଡ. ଅଜିତ୍ ମହାନ୍ତି, ଇଂ ରାମଚନ୍ଦ୍ର ସାହୁ, ଜିତାରାମ ଦେ, ବନମାଳି ଧଳ, ସିଦ୍ଧେଶ୍ୱର ପଣ୍ଡା, ମୂରଲୀ ପ୍ରଧାନ, ସଚିଦାନନ୍ଦ ମହାନ୍ତି, ସତ୍ୟନାରାୟଣ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ପରେ ୨୦୨୧କୁ ବିଦାୟ ଜଣାଇବା ସହିତ ୨୦୨୨କୁ କୋଭିଡ୍‌-୧୯ ନିୟମ ଅନୁସାରେ ସ୍ୱାଗତ କରିଥିଲେ ।

ରିପୋର୍ଟ : ଭୂପତି ପରିଡା