ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରେଳ ମନ୍ତ୍ରୀଙ୍କୁ ସ୍ମାରକପତ୍ର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱରର ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଆଜି ରେଳ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଏକ ସ୍ମାରକପତ୍ର ଷ୍ଟେସନ ମ୍ୟାନେଜର ଖଗେନ୍ଦ୍ର ନାଥ ମଣ୍ଡଳକୁ ଦେଇଥିବା ଜଣାଯାଇଛି । ଅତିଶୀଘ୍ର ଖଡଗପୁର-ଭଦ୍ରକ ମଧ୍ୟରେ ସମସ୍ତ ପାସେଞ୍ଜର ଟ୍ରେନ ଚଳାଚଳ କରିବାକୁ ସେମାନେ ଦାବି କରିଛନ୍ତି । ଏହି ରେଳଷ୍ଟେସନ ଦେଇ ଜଳେଶ୍ୱର , ଗୋଭରାଇ, ମୟୂରଭଂଜ, ମେଦିନୀପୁର ଜିଲାର କେତେକ ଲୋକେ ଯାତାୟାତ କରିଥାନ୍ତି । ସେମ।।ନେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମାଂଚଳର ଲୋକେ ରେଳବାଇ ଉପରେ ନିର୍ଭର କରୁଥିବାରୁ ଜଳେଶ୍ୱର ରେଳ ଷ୍ଟେସନର ସମସ୍ତ ରେଳ ଟିକଟ ପ୍ରଦାନ କରାଯିବାଲାଗି ଦାବି କରିଛନ୍ତି । ସ୍ୱତନ୍ତ୍ର ଟ୍ରେନ ଚଳାଚଳ ନାମରେ ଅଧିକ ଯାତ୍ରୀଭଡା ସଂପୂର୍ଣ୍ଣ ଅସହ୍ୟ ହେଲାଣି । ୧୮୪୭୮ ଓ ୧୮୪୭୭ କଳିଙ୍ଗ ଉତ୍କଳ ଏକ୍ସପ୍ରେସଟି ଜଳେଶ୍ୱରରେ ଅଟକୁ ନଥିବାରୁ ଜନସାଧାରଣ ବହୁ ହଇରାଣ, ହରକତ ହେଉଛନ୍ତି । ପୂର୍ବ ନିର୍ଦ୍ଧାରିତ ସମୟରେ ଟ୍ରେନ୍‌ଗୁଡିକ ଚଳାଚଳ କରିବାକୁ ଦାବି ହୋଇଛି । ବରିଷ୍ଠ ନାଗରିକଙ୍କ ଲାଗି ଏକ ରେଳ କାଉଣ୍ଟର ଖୋଲିବାକୁ ଦାବି କରିଛନ୍ତି । ଏ ସବୁ ଦାବି ପରୂଣ ନ ହେଲେ ଆସନ୍ତା ୮ ତାରିଖରେ ସଂଗଠନ ପକ୍ଷରୁ ଧରଣା ଦିଆଯିବା ସଂପରେ ସଭାପତି ଡ. ରମାକାନ୍ତ ଭଂଜ ଓ ସମ୍ପାଦକ ଲଳିତ ରଂଜନ ସେନାପତି ଜଣାଇଛନ୍ତି । ଏ ସମ୍ପର୍କରେ ସାଂସଦ, ବିଧାୟକ, ଜିଲାପ।।ଳ ଓ ରେଳବାଇ ମ୍ୟାନେଜର, ଡିଆର୍‌ଏମ୍‌ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା