ବର୍ଷାଦିନ ପୂର୍ବରୁ ଗୋବରଘଟା ପଞ୍ଚାୟତର ମୁଖ୍ୟନାଳ ସଫେଇ କାର୍ଯ୍ୟ ଆରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅନ୍ତର୍ଗତ ଉପାନ୍ତ ଗୋବରଘଟା ପଞ୍ଚାୟତର ଲୋକଙ୍କ ଦାବି, ପରିସ୍ଥିତିତକୁ ଲକ୍ଷରଖି ତଥା ନିର୍ବାଚନ ପ୍ରତିଶୃତି ରକ୍ଷା କରି ଆଜି ପଞ୍ଚାୟତ ପକ୍ଷରୁ ରାସ୍ତା ପାଶ୍ୱର୍ସ୍ଥ ନାଳ ଖୋଳିବା ସହିତ ସଫେଇ କାର୍ଯ୍ୟ ଆରମ୍ଭ କରାଯାଇଛି । ସରପଂଚ ମିନତୀ କରଙ୍କ ନେତୃତ୍ୱରେ ସମିତି ସଦସ୍ୟ ନଥୁରାମ ହେମ୍ବ୍ରମ, ସୂର୍ଯ୍ୟାନନ୍ଦ ପାଳ, ବିଶ୍ୱଜିତ୍ ପାଳ, ଅନନ୍ତ ଘୋଷ, ଚନ୍ଦନ କୁମାର କର, ଗୁନାଧର ପାଳ, ଗୌରାଙ୍ଗ ପାଳ, ବ୍ରଜେନ୍ଦ୍ର ପାଳ ପ୍ରମୁଖ ପଞ୍ଚାୟତର ବିଭିନ୍ନ ସ୍ଥାନ ପରିଷ୍କାର ପରିଚ୍ଛନ୍ନ କରିଯାଇଛି । ଆଗାମୀ ୬ଦିନ ଧରି ବିଭିନ୍ନ ସ୍ଥାନରେ ମେସିନ୍ ସାହାର୍ଯ୍ୟରେ ସଫେଇ କରାଯିବ ବୋଲି ଜଣାଯାଇଛି । ଫଳରେ ପଞ୍ଚାୟତବାସୀଙ୍କ ପକ୍ଷରୁ ଆନନ୍ଦ ପ୍ରକାଶ ପାଇଛି ।

ରିପୋର୍ଟ : ଭୂପତି ପରିଡା