ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବଗଲା ଧର୍ମଶାଳା ଜମି ବିକ୍ରୀ ନିଷ୍ପତ୍ତିକୁ ବାତିଲ୍ କରିବାକୁ ଦାବି…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁରୀ ବଗଲା ଧର୍ମଶାଳା ଜମିକୁ ବାତିଲ୍ କରିବାକୁ ଦାବି କଲା ବ୍ରହ୍ମପୁର ବରିଷ୍ଠ ନାଗରିକ ମଞ୍ଚ । ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ଉଦ୍ଦିଷ୍ଟ ଜମିକୁ ହୋଟେଲ ମାଲିକଙ୍କୁ ବିକ୍ରି ପାଇଁ ସରକାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକୁ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବିରୋଧ କରିବା ସହ ଆଜି ଏହି ପରିପ୍ରେକ୍ଷୀରେ ବିଜିପୁର ମୁଖ୍ୟ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଏହି ଧର୍ମଶାଳା ଜମିକୁ ୨୬ଟି ପ୍ଲଟ୍ କରି ହୋଟେଲ ଓ ଲୋର୍ଜ଼ ମାଲିକଙ୍କୁ ବିକ୍ରି କରିବା ନେଇ ସରକାର ଯୋଜନା କରିଛନ୍ତି । ପୁରୀ ଏକ ବିଶ୍ୱପ୍ରସିଦ୍ଧ ତୀର୍ଥସ୍ଥାନ ହୋଇଥିବା ବେଳେ ଏହି ସ୍ଥାନକୁ ହଜାର ହଜାର ପ୍ରଯ୍ୟଟକ ଆସିଥାନ୍ତି । ସେଥିରେ ଗରିବ ଶେଣୀର ଲୋକ ଅତି କମ୍ ଖର୍ଚ୍ଚରେ ଏହି ଧର୍ମଶାଳାରେ ରହିବା ପାଇଁ ସୁଯୋଗ ପାଉଥିଲେ । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଧର୍ମଶାଳା ଉଚ୍ଛେଦ କରି ହୋଟେଲ ଓ ଲୋଜ୍ ମାଲିକଙ୍କୁ ବିକ୍ରି କରିବା ଉଦ୍ୟମ ଏକ ନିନ୍ଦନୀୟ ଘଟଣା ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି । ପୁରୀରେ ଥିବା ସମସ୍ତ ଧର୍ମଶାଳକୁ ସରକାର ନିଜ ଅଧୀନକୁ ନେବା ସହ କମ୍ ଦରରେ ତୀର୍ଥଯାତ୍ରୀଙ୍କ ରହିବା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ମଞ୍ଚ ପକ୍ଷରୁ ଦାବି ହୋଇଛି । ମଞ୍ଚ ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଅନୁଷ୍ଠିତ ପ୍ରତିବାଦ ସଭାରେ ପୂର୍ଣଚନ୍ଦ୍ର ଚ୍ରୌଧୁରୀ, ରାଧୁନାଥ ମହାନ୍ତି, ରବୀନ୍ଦ୍ରନାଥ ସ୍ୱାଇଁ, ୟୁ.କାଶୀନାଥ ପାତ୍ରଙ୍କ ସମେତ ବହୁ ସଦସ୍ୟ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ସ୍କାରକପତ୍ର ଆରଡିସିଙ୍କୁ ପ୍ରଦାନ କରାଯାଇଥିଲା ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା