ବନ୍ୟା ବିପନ୍ନଙ୍କର ସମସ୍ୟା ବୁଝୁଛନ୍ତି ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ…

ବୁଗୁଡ଼ା (ସମୃଦ୍ଧ ଓଡିଶା) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ଏ କରଡ଼ାବାଡ଼ି, ସୋରୋଡ଼, ପୋଚାଲୁଣ୍ଡି, ବିଷ୍ନୁଚକ୍ର ଆଦି ନଦୀତଟିଆ ଗ୍ରାମ ଗୁଡିକର ନଡ଼ିହିଡ଼ ଭାଙ୍ଗିଯିବାରୁ ବନ୍ୟା ଜଳ ପଶି ସମଗ୍ର ଅଞ୍ଚଳର ଚାଷ ଜମିଗୁଡିକ ନଷ୍ଠ ହୋଇଯାଇଛି । ବାତ୍ୟା ପରେ ବନ୍ୟାର ତାଣ୍ଡବଳୀଳରେ ଚାଷଜମି ଗୁଡିକରେ ନାଦିବାଲି ମାଡିଯାଇଛି । ବନ୍ୟାଜଳ ଅଦ୍ୟାବଧି ପ୍ରବାହିତ ହେଉଛି । ଲୋକଙ୍କର ବିପର୍ଣ୍ଣ ଅବସ୍ଥାକୁ କିପରି ସୁଧାରି ହବ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡ଼ା ବ୍ଲକ ବିଡ଼ିଓ, ତହସିଲଦାର, ବୁଗୁଡ଼ା ଥାନା ଅଧିକାରୀ, ସରକାରୀ କର୍ମଚାରୀ, ସରପଞ୍ଚ ସମିତି ସଭ୍ୟ ଓ ଗ୍ରାମବାସୀ ମାନେ ବନ୍ୟା ବିପନ୍ନ ସ୍ଥଳ ପରିଦର୍ଶନ କରି ଆଲୋଚନା କରୁଛନ୍ତି । ଏ ବିଷୟ ସରକାରଙ୍କୁ ଜଣାଇ କିପରି କ୍ଷତି ଭରଣ ହୋଇପାରିବ ମୁଖ୍ୟମନ୍ତ୍ରୀଙ୍କର ନଜରକୁ ନେବାପାଇଁ ଆଲୋଚନା ହୋଇଥିଲା ।