‘ବନ୍ଦେ ଉତ୍କଳ ଜନନୀ’କୁ ଉତ୍କଳ ସଂଗୀତ ମାନ୍ୟତା ନେଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବିଳମ୍ବରେ ହେଲେ ମଧ୍ୟ କରୋନାର ସଚେତନତା ମଧ୍ୟରେ ଓଡିଆ ଜାତୀକୁ ଏକତା ସୂତ୍ରରେ ବାନ୍ଧି ରଖିବା ଲାଗି ବହୁ ବର୍ଷ ଧରି ପ୍ରଚେଷ୍ଟା ଜାରିଥିବା ବେଳେ ଗତ କିଛିଦିନ ତଳେ ରାଜ୍ୟ ମୁଖ୍ୟମନ୍ତ୍ରୀ କାନ୍ତକବି ଲକ୍ଷ୍ମୀକାନ୍ତ ଲିଖିତ୍ “ବନ୍ଦେ ଉତ୍କଳ ଜନନୀ” ସଂଗୀତକୁ ଉତ୍କଳ ସଂଗୀତର ମାନ୍ୟତା ଦେଇଥିବାରୁ ଆଜି ବିଭିନ୍ନ ମହଲରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଜଳେଶ୍ୱରର ଛାମୁଆ ସଂଗଠନ ସମାଜ କଲ୍ୟାଣ ବିକାଶ ପରିଷଦର କେତେକ ବରିଷ୍ଠ ସଦସ୍ୟଙ୍କ ସହିତ ଅଧ୍ୟକ୍ଷ ରଘୁନାଥ ମହାନ୍ତି, ସଂପାଦକ ରାମଚନ୍ଦ୍ର ଜେନା, ଦୀନକୃଷ୍ଣ ସ୍ମୃତି ପରିଷଦର ପ୍ରତିଷ୍ଠାତା ସଂପାଦକ ବିପିନ ବିହାରୀ ବିଶ୍ୱାଳ, ପୂର୍ବତନ କଲେଜ ଅଧ୍ୟକ୍ଷ ବୁଦ୍ଧେଶ୍ୱର ପତିି, ରମାକାନ୍ତ ଭଂଜ, ଉତ୍କଳ ସମ୍ମିଳନୀର ଜଳେଶ୍ୱର ଶାଖା ସଭାପତି ଡ. ଶ୍ରୀକାନ୍ତ ପାତ୍ର, କମଳ ଚକ୍ରବର୍ତ୍ତୀ, ଡ. ଅଜିତ୍ କୁମାର ମହାନ୍ତି, ବିଷ୍ଣୁପଦ ମହାନ୍ତି, ଜଳେଶ୍ୱର ଯୁବ ମଂଚର ସଦସ୍ୟ ମାନେ କୃତଜ୍ଞତା ଜଣାଇଛନ୍ତି । ପ୍ରକାଶଯୋଗ୍ୟ ୨ ବର୍ଷତଳେ ରାଜ୍ୟର ଭାରତୀୟ ଶିକ୍ଷାବିକାଶ ପରିଷଦ, ଭୁବନେଶ୍ୱର ପକ୍ଷରୁ ୭୨ ହଜାର ଛାତ୍ରଛାତ୍ରୀଙ୍କ ଗହଣରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍କଳ ସଂଗୀତ ଗାନ କରି ଏକ ଇତିହାସ ସୃଷ୍ଟି କରିଥିଲେ । ତେଣୁ ଆଜି ଜଳେଶ୍ୱର ମଣ୍ଡଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା