ଚାଷୀ ମୂଲିଆଙ୍କ ସାଥି ତଥା ବିଶିଷ୍ଟ ବାମପନ୍ଥୀ ନେତା ଡା.ଗଣନାଥ ପାତ୍ରଙ୍କ ପରଲୋକରେ ଶୋକ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟ ଜଣେ ମୁଖ୍ୟ ତଥା ଚାଷୀ ମୂଲିଆ ଆଦିବାସୀଙ୍କ ଆଜୀବନ ସାଥି ଡା. ଗଣନାଥ ପାତ୍ରଙ୍କ ପରଲୋକରେ ଜଳେଶ୍ୱର ଅଞ୍ଚଳରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବକ୍ତ କରିଛନ୍ତି । ତାଙ୍କ ଚିନ୍ତା ଚେତନା ସାମ୍ୟବାଦୀ କାର୍ଯ୍ୟକଳାପ ତଥା ନ୍ୟାୟ ଓ ହକ୍ ପାଇଁ ଲଢେଇ କରିବାରର ପ୍ରୟାସ ଏବେ ଓଡିଶାରେ ଶୂନ୍ୟସ୍ଥାନ ସୃଷ୍ଟି କଳଶ ବୋଲି ବହୁ ବ୍ୟକ୍ତି ପ୍ରକାଶ କରିଛନ୍ତି । ଆଜି ତାଙ୍କ ଜନ୍ମମାଟି ବାଣିଦା ଯାଇ ତାଙ୍କ ସଂପର୍କୀୟ ଭାଇ କୁଟୁମ୍ବମାନଙ୍କୁ ବହୁ ବ୍ୟକ୍ତି ଯାଇ ସମବେଦନା ଜଣାଇଛନ୍ତି । ତାଙ୍କ ଜନ୍ମ ମାଟିରେ ଥିବା ଭାଇ ମାନଙ୍କ ଘର ଛୁମ୍ପୁଟିପଲା ଓ ସେଥିରେ ପଲିଥିନ ଘେରା ଦେଖିବାକୁ ମିଳିଥିଲା । ଗାଁ ମାଟିରେ ଶୋକ ଆଜି ବାରି ହୋଇ ପଡୁଥିଲା । ତାଙ୍କ ପରଲୋକରେ ତାଙ୍କର ମ୍ୟାଟ୍ରିକ ଠାରୁ ପିଜି ପର୍ଯ୍ୟନ୍ତ ସହପାଠୀ ଡ. ଶ୍ରୀକାନ୍ତ ଚରଣ ପାତ୍ର ଅତୀତର ବହୁ ଇତିହାସ ଓ କାର୍ଯ୍ୟକଳପ ସଂପର୍କରେ ସ୍ମୃତିଚାଣ କରିଥିଲେ । ବରିଷ୍ଠ ଆଇନ୍‌ଜିବୀ ତଥା ସମାଜ କଲ୍ୟାଣ ବିକାଶ ପରିଷଦର ସଂପ।ଦକ ରାମଚନ୍ଦ୍ର ଜେନା, ବାମପନ୍ଥୀ ନେତା ଶିଶିର ହୁଇ, ସିତାଂଶୁ ସେନାପତି, ସାଥି ବାଞ୍ଝାନିଧି ମହାନ୍ତି, ଦିଲ୍ଲିପ ଗିରି, ଦିପ୍ତିମାନ ଆଚାର୍ଯ୍ୟ, ବିପିନ ବିହାରୀ ବିଶ୍ୱାଳ, ପୂର୍ବତନ ମନ୍ତ୍ରୀ ତଥା ସମାଜ କଲ୍ୟାଣ ବିକାଶ ପରିଷଦର ଅଧ୍ୟକ୍ଷ ରଘୁନାଥ ମହାନ୍ତି, ବିଧାୟକ ଅଶ୍ୱିନୀ କୁମାର ପାତ୍ର, ଶରତ ପରିଡା, ବଣିକ ସଂଘର ସଭାପତି ସୁଧିର କୁମାର ମହାନ୍ତି, ବିଷ୍ଣୁପଦ ମହାନ୍ତି, ଜଳେଶ୍ୱର କେତେକ ସାମ୍ବାଦିକ ଶୋକ ବ୍ୟକ୍ତି କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା