ଫ୍ରେଣ୍ଡସ ୱେଲଫର କ୍ଲବର ଗ୍ରୀଷ୍ମ ପ୍ରୋଜେକ୍ଟ : ୩୦ଜଣ ଭିକାରୀଙ୍କୁ ଛତା, ଜଳଖିଆ ଓ ମେଁଗୋ ଜୁସ ପକେଟ ବଣ୍ଟନ

ବ୍ରହ୍ମପୁର (ସମୃଦ୍ଧଓଡିଶା)ଆଜି ଯାକ ଯମକରେ ଉତ୍କଳ ଦିବସ ପାଳନ କରିଛି ଫ୍ରେଣ୍ଡସ ୱେଲଫର କ୍ଲବ I କ୍ଳବର ସଦସ୍ୟ ମାନେ ସକାଳୁ କ୍ଲବ ଅଫିସ ଆସି ଜମା ହୋଇଥିଲେ I ମହାପୁରୁଷ ମାନଙ୍କୁ ସ୍ମରଣ କରି ସେମାନଙ୍କ ଲୋକହିତକର କାର୍ଯ୍ୟ ଶୈଳୀକୁ ମନେ ପକାଇଥିଲେ I ଉତ୍କଳ ଦିବସ ଅବସରରେ ଏକ ନୂତନ ଯୋଜନା ଆରମ୍ଭ କରିଥିଲେ I ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଥିବା ୩୦ଜଣ ଭିକାରୀଙ୍କୁ ଛତା, ଜଳଖିଆ ଓ ମେଁଗୋ ଜୁସ ପକେଟ ବଣ୍ଟନ କରିଥିଲେ I କ୍ଲବ ର ପ୍ରତିଷ୍ଠାତା ସଭାପତି ଏ ଲକ୍ଷ୍ମୀନାରାୟଣଙ୍କ ନେତୃତ୍ୱରେ କ୍ଲବ ସମ୍ପାଦକ ବି ଭେଙ୍କଟ ରାଓ , ଏ ସତୀଶ କୁମାର , ଏ ଅଜୟ କୁମାର , ବି ଆଦୀନାରାୟଣା , ଚ ଦୁର୍ଗା ପ୍ରସାଦ , ଏଲ ରେଣୁକେଶ୍ଵର ରାଓ , କେ ରାଜୁ ଆଚରି ପ୍ରମୁଖ ସଭ୍ୟ ୩୦ଜଣ ଭିକାରୀଙ୍କୁ ଛତା, ଜଳଖିଆ ଓ ମେଁଗୋ ଜୁସ ପକେଟ ବଣ୍ଟନ କରି ମହା ଆନନ୍ଦରେ ଆଜିର ଉତ୍କଳ ଦିବସ ପାଳନ କରିଥିଲେ I ଏହି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଥିଲା I

ରିପୋର୍ଟ : ଫ୍ରେଣ୍ଡସ ୱେଲଫର କ୍ଲବ