ନାର୍ଭେରାମ୍ କମ୍ପାନୀ ଦ୍ଵାରା ଉତ୍କଳ ଦିବସ ପାଳନ

ବଡବିଲ(ସମୃଦ୍ଧଓଡିଶା)ନାର୍ଭେରାମ ପାୱାର ଏବଂ ଷ୍ଟିଲ ପ୍ଲାଣ୍ଟ ବଡବିଲ ଦ୍ୱାରା ଉତ୍କଳ ଦିବସ ପାଳନ ବହୁ ଆଡମ୍ବର ସହ ପାଳନ କରାଯାଇଛି । ଓଡ଼ିଶା କୁ ସ୍ୱତନ୍ତ୍ର ପ୍ରଦେଶ ର ମାନ୍ୟତା ଦେବା ପାଇଁ ଯେଉଁ ମହାପୁରୁଷ ମାନଙ୍କ ପ୍ରମୁଖ ଭୂମିକା ଥିଲା ସେମାନଙ୍କ ଫଟୋଚିତ୍ରରେ ଖଣି ପ୍ରବନ୍ଧକ ପ୍ରଶାନ୍ତ ମହାନ୍ତି , ମାନବସମ୍ବଳ ବିଭାଗ ମୁଖ୍ୟ ପିୟୁସ୍ ପାଣ୍ଡେ, ବିଦ୍ୟୁତ୍ ବିଭାଗ ମୁଖ୍ୟ ସରୋଜ ଦେଓ, ସୁରକ୍ଷା ବିଭାଗ ମୁଖ୍ୟ ଘନଶ୍ୟାମ ବେରା ଏବଂ ଅନ୍ୟ କ ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମସ୍ତ କର୍ମଚାରୀ ଏବଂ ସ୍ଥାନୀୟ ସ୍କୁଲ ପିଲା ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ଏହି ଦିନ ଭାଷା ଆଧାରରେ ଭାରତରେ ପ୍ରଥମ ସ୍ଵାଧୀନ ରାଜ୍ୟ ଗଠନ କରାଯାଇଥିଲା। ଓଡିଶା ପୂର୍ବରୁ ବଙ୍ଗଲା ପ୍ରଦେଶର ଏକ ଅଂଶ ଥିଲା ଏବଂ ତିନି ଦଶନ୍ଧି ଧରି ଅକ୍ଲାନ୍ତ ଉଦ୍ୟମ ପରେ ଏହି ଅଞ୍ଚଳକୁ ଏକ ସ୍ଵାଧୀନ ରାଜ୍ୟ ଭାବରେ ଘୋଷଣା କରାଯାଇଥିଲା ବୋଲି ଶ୍ରୀ ମହାନ୍ତି ତାଙ୍କ ବକ୍ତୃତା ରେ ଉଲ୍ଲେଖ କରିଥିଲେ । ଏହି ଦିନ ଆମେ ସମସ୍ତେ ରାଜ୍ୟ ତଥା ଏହାର ଅଧିବାସୀ ମାନଂକ ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରୁଛନ୍ତି। ସେହି ଆନ୍ଦୋଳନର ସମସ୍ତ ଉଲ୍ଲେଖନୀୟ ନେତାଙ୍କୁ ସ୍ମରଣ କରିବା ,ବିଶେଷ ଭାବରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି, ଗୋପାବନ୍ଧୁ ଦାସ, ଫକିର ମୋହନ ସେନାପତି, ପଣ୍ଡିତ ନୀଲକଣ୍ଠ ଦାସ ଏବଂ ଆହୁରି ଅନେକ ଯେଉଁ ମାନଂକ ସଂଗ୍ରାମ ଆମକୁ ଏକ ସ୍ବତନ୍ତ୍ର ପରିଚୟ ଦେଉଛି ତାଙ୍କୁ ଆମେ ଅନୁଭବ କରିବା ଜରୁରୀ | ଆମର ସଂସ୍କୃତି, କଳା, ଖାଦ୍ୟ ଏବଂ ଭାଇଚାରାକୁ ଆମକୁ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛି ଓ ତାକୁ ସବୁଦିନ ପାଇଁ ଉଜ୍ଜୀବିତ ରଖିବାକୁ ଉଦ୍ୟମ କରିବା ଉଚିତ ବୋଲି ପ୍ରଶାନ୍ତ ମହାନ୍ତି କହିଥିଲେ ।

ଆଜି ଉତ୍କଳ ଦିବସ ସମାରୋହ , ମିଶନ ସତ୍ୟବାଦୀ ଓ ସତ୍ୟବାଦୀ ସ୍ୱାଭିମାନ ମଞ୍ଚ ଆନୁକୁଲ୍ୟ ରେ ୮୮ ତମ ଉତ୍କଳ ଦିବସ ସତ୍ୟବାଦୀ ସ୍ଥିତ ସେଣ୍ଟ ଜାଭିୟର ବିଦ୍ୟାଳୟ ଠାରେ ପାଳିତ ହୋଇ ଯାଇଛି। ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ସତ୍ୟବାଦୀ ର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରଫେସର ଡକ୍ଟର୍ ଅଭିମନ୍ୟୁ ବରାଳ ମୁଖ୍ୟଅତିଥି ,ସମ୍ମାନିତ ଅତିଥି ଭାବରେ ପ୍ରଫେସର ଡକ୍ଟର ବୃନ୍ଦାବନ ରଥ ମୁଖ୍ୟ ବକ୍ତା ଡକ୍ଟର ରଶ୍ମିରଞ୍ଜନ ମହାପାତ୍ର ଯୋଗ ଦେଇଥିଲେ| କାର୍ଯ୍ୟକ୍ରମରେ ସଭାପତି ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ଅଧ୍ୟକ୍ଷତା କରିଥିଲେ।ଉପସ୍ଥିତ ଅତିଥି ଭାବରେ ଦେବଦତ୍ତ ସାମନ୍ତରାୟ , ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଦୀପିକା ସାମନ୍ତରାୟ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ବସଷ୍ଟାଣ୍ଡ ସ୍ଥିତ ପଞ୍ଚସଖାଙ୍କ ପ୍ରତିମୂର୍ତ୍ତି ଓ ପଞ୍ଚସଖା ଙ୍କ ସମାଧି ପୀଠରେ ମାଲ୍ୟାର୍ପଣ କରାଯାଇଥିଲା । ଡକ୍ଟର ବରାଳ ସତ୍ୟବାଦୀ ର ଇତିହାସ ଅବଦାନ ସହ ଭାଷାଭିତ୍ତିକ ରାଜ୍ୟର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡ଼ିଆ ଙ୍କ ପୂର୍ବ ଗୌରବ ଫେରେଇ ଆଣିବାକୁ ଅଣ୍ଟା ଭିଡ଼ି ବାକୁ ଡକ୍ଟର ମହାପାତ୍ର ଆହ୍ବାନ ଦେଇଥିଲେ। ଡକ୍ଟର ରଥ ବିଚ୍ଛିନ୍ନାଞ୍ଚଳ ର ଏକତ୍ରି କରଣ ପାଇଁ ସତ୍ୟବାଦୀ ରୁ ସଂଗ୍ରାମ ଆରମ୍ଭ କରିବାକୁ ମତ ରଖିଥିଲେ।ସତ୍ୟବାଦୀ ରେ ଓଡ଼ିଆ ଭାଷା ସମ୍ମିଳନୀ ଓ ପଞ୍ଚସଖା ଙ୍କ ଉଦ୍ଦେଶ୍ୟରେ ବିଶ୍ଵ ସ୍ତରୀୟ ଆଲୋଚନା ଚକ୍ର ର ଆୟୋଜନ କରାଯିବା ପାଇଁ ଶ୍ରୀଯୁକ୍ତ ସତ୍ୟବାଦୀ ଦାଶ ପ୍ରତିଶ୍ରୁତି ଦେଇଥିଲେ । ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଓ ଶିକ୍ଷା ର ଆବଶ୍ୟକତା ସମ୍ପର୍କରେ ଦେବଦତ୍ତ ସାମନ୍ତରାୟ ମତ ରଖିଥିଲେ। ନବଘନ ଶତପଥୀ, ବିଜୟ ପରିଡା ,ରବୀନ୍ଦ୍ର ନାଥ ଷଡ଼ଙ୍ଗୀ, ନିହାର ରଞ୍ଜନ ସ୍ବାଇଁ , ଉପେନ୍ଦ୍ର ବିଶ୍ଵାଳ , ଦେବାଶିଷ ମିଶ୍ର ,ସୁଶାନ୍ତ କୁମାର ରଥ,ବସନ୍ତ ହୋତା, ସନ୍ତୋଷ କୁମାର ସାହୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ , ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।ତପସ୍ଵିନୀ ଦାଶ ସଭା ପରିଚାଳନା କରିଥିଲେ ।

ରିପୋର୍ଟ ରଜତ ମହାପାତ୍ର