ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ୫ ତାରିଖ ଦିନ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ମାର୍ଚ୍ଚ ୦୫ ତାରିଖ ଠାରୁ ୨୦ ତାରିଖ ୧୫ ଦିନ ଧରି ମହାସମାରୋହରେ ପାଳନ କରାଯିବ । ୦୫ ତାରିଖ ସକାଳୁ ୦୭ ଘଣ୍ଟା ସମୟରେ ବ୍ରହ୍ମପୁର ବୁଢିଠାକୁରାଣୀ ମନ୍ଦିରରେ ବିଜୁ ବାବୁଙ୍କ ଫୋଟ ଚିତ୍ର ରଖି ଦୀପ ପ୍ରଜ୍ଜ୍ୱଳନ କରାଯିବ ୦୭.୩୦ ମିନିଟରେ ଦେସିବେହେରା ସାହିରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସେଠାରୁ ଆସିକା ରୋଡରେ ଥିବା ପ୍ରତିମୂର୍ତ୍ତି ମାନଙ୍କରେ ପୂଷ୍ପମାଲ୍ୟାର୍ପଣ କରି ୦୮ ଘଣ୍ଟା ସମୟରେ ବିଜୁ ପଟ୍ଟନାୟକ ପାର୍କରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସିଟି ହସ୍ପିଟାଲ ଫଳ ବଣ୍ଟନ କରାଯିବା ସହ ୧୫ ଦିନ ଭିତରେ ରକ୍ତ ଦାନ ଶିବିର, ସ୍ୱାସ୍ଥ୍ୟ ପରୀକ୍ଷା କ୍ୟାମ୍ପ, ମହିଳା ଦିବସ, ମହିଳାମାନଙ୍କୁ ସମ୍ମାନୀତ, ଛାତ୍ରଛାତ୍ରୀଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା, ହେଲିମେଟ ଲଗାଇ ଟ୍ରାଫିକ ନିୟମ ମାନିବା ଉପରେ ସଚେତନତା କାର୍ଯ୍ୟକ୍ରମ, ପଲିଥିନ୍ ବର୍ଜନ,ଜଳ ସଂରକ୍ଷଣ, ରାସ୍ତାରେ ଅଳିଆ ଆବର୍ଜ୍ଜନା ନ ପକାଇବା ନେଇ ସଚେତନତା କରିବା, ଫୁଟ ଵାଲ୍ ମେଚ୍ କରିବା, ତଥା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଓ ବରିଷ୍ଟ ନାଗରିକମାନଙ୍କୁ ସମ୍ମାନୀତ କରାଯିବ ବୋଲି ନିଷ୍ପତ୍ତି କରାଯାଇଛି । ଏହି ବୈଠକରେ ବିଧାୟକ ବିକ୍ରମ କୁମାର ପଣ୍ଡା ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ସୁବାଷ ଚନ୍ଦ୍ର ମହାରଣା, ସଂଜିତ ପାଣିଗ୍ରାହୀ, ଅନୀଲ ସାହୁ, ତୁମ୍ବନାଥ ପଣ୍ଡା, ସଂଘମିତ୍ରା ଦଲେଇ, ଧନୁଞ୍ଜୟ ରାଓ, ସଂଜୟ ଜେନା, ମଦନ ଦଳେଇ, ଟି ଗୋପି, ଭିଷ୍ମାଚାର୍ଯ୍ୟ ଚୌଧୁରୀ, ଟି ତିରୁପତି ପାତ୍ର, ଆର୍ ମୁରଲୀ ମହୋନ, ଶିବ ସାହାଣୀ, ମମତା ବିଷୋୟୀ, ଅଜିତ ପଣ୍ଡା, ନିରଜେନା, କାହ୍ନୁଚରଣ ପାତ୍ର, ଭଗବାନ ଗନ୍ତାୟତ, ଲକ୍ଷ୍ମୀ ପ୍ରିୟା ପାଢି, ଉଜ୍ଜ୍ୱଳ ପାଢି, ସୋନାଲି ଗନ୍ତାୟତଙ୍କ ସହ ସମସ୍ତ ପୂର୍ବତନ କର୍ପୋରେଟର, ବିଜୁ ଯୁବ, ଛାତ୍ର, ମହିଳା ଓ ସଂଖ୍ୟାଲଘୁ ସେଲ୍, ବିଜୁ ଶ୍ରମିକ ସାମୁଖ୍ୟ କର୍ମକର୍ତ୍ତାଙ୍କ ସହ ସହରର ସମସ୍ତ ନେତୃମଣ୍ଡଳୀ ଯୋଗଦେଇ ଏହି ପନ୍ଦର ଦିନ ବ୍ୟାପୀ ସଫଳତାର ସହ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା