ପୋଲସରା ବ୍ଲକରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୋଲସରା ବ୍ଲକ ଅନ୍ତର୍ଗତ ବରଗାଁ ଗୌଡ଼ ସମାଜ କୁଳଗୃହ, ନିମିନା କାଳଞ୍ଜି ସମାଜ କୁଳଗୃହ ଓ ବଳାସୀ ସମାଜ କୁଳଗୃହର ଭିତ୍ତି ପ୍ରସ୍ଥର ସ୍ଥାପନ କରିବା ସହ ବିଲେଇଝୁରି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଛନ୍ତି । ଏହାସହ ଲୋକମାନଙ୍କ ସମସ୍ୟା ବୁଝିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ । ଏଥିରେ ପୋଲସରା ବ୍ଲକ ଅଧ୍ୟକ୍ଷ ଉପାଧ୍ୟକ୍ଷା, ଜିଲାପରିଷଦ, ଜନ ପ୍ରତିନିଧି, ଆରଡବ୍ଲ୍ୟୁଏସଏସ ଏସଡିଓଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ