ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଭୁବନେଶ୍ଵର(ସମୃଦ୍ଧଓଡିଶା) ଓଡିଶାର ଖ୍ୟାତନାମା ପ୍ରାବନ୍ଧିକ ଓ ସମାଲୋଚକ ତଥା ସମ୍ବଲପୁର ବିଶ୍ଵ ବିଦ୍ୟାଳୟର ପ୍ରାକ୍ତନ ଓଡ଼ିଆ ପ୍ରଫେସର ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀ ଭୁବନେଶ୍ଵର ସ୍ଥିତ ଓ. ଏ. ଏସ. ଆସୋସିଏସନ ସଭାଗୃହ ରେ ପାଳିତ ହୋଇଯାଇଅଛି । ଏଥିରେ ବର୍ଷୀୟାନ୍ ସାହିତ୍ୟିକ ପ୍ରଫେସର ବାଳକୃଷ୍ଣ ଶତପଥୀ ମୁଖ୍ୟ ଅତିଥି ଓ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟଙ୍କୁ ଓଡିଆ ସମାଲୋଚନା ସାହିତ୍ୟର ଜଣେ ଧୂରୀଣ ସ୍ରଷ୍ଟl ଥିଲେ ବୋଲି ଅଭିହିତ କରିଥିଲେ । ତାଙ୍କର ଦୃଷ୍ଟିଭଙ୍ଗୀ , ଉଦାର ମାନସିକତା ଓ ନିରଳସ ଜୀବନ ଚର୍ଯ୍ୟାର ଉଚ୍ଚ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡଃ ମଥୁରେନ୍ଦ୍ର ପୃଷ୍ଟି, ପ୍ରଫେସର ଆଚାର୍ଯ୍ୟଙ୍କ ସମଗ୍ର ସାହିତ୍ୟ ସୃଷ୍ଟିକୁ ଗୋଟିଏ ଗ୍ରନ୍ଥାବଳୀରେ ପ୍ରକାଶ କରିବା ପାଇଁ ଆହ୍ଵାନ ଦେଇଥିଲେ । ଏହି ଅବସରରେ ଡ଼ଃ ବିବେକାନନ୍ଦ ପାଣିଗ୍ରାହୀ ମଧ୍ୟ ସ୍ବର୍ଗତ ଆଚାର୍ଯ୍ୟଙ୍କ ବ୍ୟକ୍ତିତ୍ଵର ସ୍ମୃତି ଚାରଣ କରିଥିଲେ । ଏ ଶ୍ରଦ୍ଧା ସୁମନର ଆୟୋଜନ ଆଚାର୍ଯ୍ୟ ପରିବାର ତରଫରୁ କରାଯାଇଥିଲା । ସଭାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରରୁ ଅନେକ ସାହିତ୍ୟ ଅନୁରାଗୀ ଯୋଗ ଦେଇଥିଲେ ।

ରିପୋର୍ଟ : ରଜତ ମହାପାତ୍ର