ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଳକ ଅଧିନ ବୈରାଟଆଡି ସରକାରୀ ପ୍ରାଥମିକ ବିଦ୍ୟାଳୟରର ପ୍ରଧାନ ଶିକ୍ଷୟତ୍ରୀ ସୁଶିଳାବାଳା ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି ସଭାରେ ଭାରତୀ ବେହେରା ସଭାପତିତ୍ୱ କରିଥିଲେ । ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଯୋଗେଶ ଚନ୍ଦ୍ର ରାଉଳ ଯୋଗ ଦେଇ ଆଦର୍ଶ ଶିକ୍ଷକଙ୍କ ଅବସର ନ ଥାଏ ବୋଲି କହିଥିଲେ । ମୁଖ୍ୟ ଅତିଥିଭାବେ ସୁବେଶ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ବିଇଓ ଭାଗିରଥି ଗିରି, ବିଆର୍‌ସିସି ସୁଶାନ୍ତ ଜେନା, ଏବିଇଓ ଅଜୟ ଜେନା, ସରପଂଚ ମିନତୀ କର, ଗ୍ରାମମୁଖ୍ୟ ଶଶାଙ୍କ ମଣ୍ଡଳ, ଭାନୁଚରଣ ଜେନା ପ୍ରମୁଖ ଉପସ୍ଥିତ ରହି ଶ୍ରୀମତୀ ଦାସ, ସୂର୍ଯ୍ୟନନ୍ଦ ପାଳ, ନାଥୁରାମ ହେମ୍ବ୍ରମଙ୍କ ଶିକ୍ଷାର୍ଥଙ୍କ ପ୍ରତି ସୁ-ଆଚରଣ ଓ ବିଦ୍ୟାଳୟର ଉନ୍ନତିପଥରେ ଭୂମୀକା ସଂପର୍କରେ ଆଲୋକପାତ କରିଥିଲେ ।

ରିପୋର୍ଟ : ଭୂପତି ପରିଡା