ନାବାଳିକା କନ୍ୟାକୁ ଉଦ୍ଧାର କଲେ ଜିଲା ଶିଶୁ ମଙ୍ଗଳ କମିଟି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସମାଜର କୁସଂସ୍କାର ଓ ସେ ଚତନତା ଅଭାବରୁ ଆଜିବି ଶିଶୁ କନ୍ୟା ଅବହେଳିତ ଓ ନିର୍ଯ୍ୟାତିତ ହେଉଥିବା ଦେଖିବାକୁ ମିଳିଛି । ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ଗଡସାହିବାଲିଆପାଳର ଜନୈକ ୧୬ବର୍ଷିୟା କନ୍ୟା ବାପା ମାଁଙ୍କ ଦ୍ୱାରା ମାନସିକ ଓ ଶାରିରୀକ ନିର୍ଯ୍ୟାତିତ ହୋଇ ଥାନାର ଆଶ୍ରୟ ନେଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘରୁ ପଳାଇଆସି ବସ୍ତା ଥାନା ଅନ୍ତର୍ଗତ ମୁକୁଳିସି ପଂଚାୟତର ଦୋନ୍ଦ ଗ୍ରାମର ସମ୍ପର୍କିୟ ଝାଡେଶ୍ୱର ଜେନାଙ୍କ ଘରେ ପହଞ୍ଚିଥିଲେ । ଆଜି ସକାଳେ ଝାଡେଶ୍ୱର ତାର ବାପା ମାଁଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହାକୁ କର୍ଣ୍ଣପାତ ନ କରିବା ଫଳରେ ସେ ବସ୍ତା ଥାନାରେ ପହଞ୍ଚିଥିଲେ । ବସ୍ତା ଥାନା ଅଧିକାରୀ ତାର ବାପା ମାନଙ୍କୁ ଡାକି ବୁଝାଇବା ପରେ ନାବାଳିକା ତାର ପିତାମାତାଙ୍କ ସହିତ ଯିବାକୁ ଅମଙ୍ଗ ହୋଇଥିଲେ । ଥାନା ଅଧିକାରୀ ଜିଲା ଶିଶୁ ମଂଗଳ ଅଧିକାରୀଙ୍କ ସହିତ ଯୋଗାଯୋଗ କଲାପରେ ମଂଗଳ ଅଧିକାରୀ ପ୍ରଶାନ୍ତ ରାଉତ ବସ୍ତା ଥାନାରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ବାଲେଶ୍ୱରକୁ ନେଇଯାଇଥିବା ଜଣାଯାଇଛି ।

ରିପୋର୍ଟ : ଭୂପତି ପରିଡା