ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ସେବା ପକ୍ଷ ପାଳନ ଉପଲକ୍ଷେ ଜଳେଶ୍ଵର ଭାଜପା ନଗର ପକ୍ଷରୁ ପୋଷ୍ଟ କାର୍ଡ ମାଧ୍ୟମରେ ଧନ୍ୟବାଦ ଓ ଶୁଭେଚ୍ଛା ବାର୍ତ୍ତା…

ଜଳେଶ୍ଵର (ସମୃଦ୍ଧ ଓଡିଶା) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଜନ୍ମଦିନ ଉପଲକ୍ଷେ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ସେବାପକ୍ଷ ପାଳନ ଅବସରରେ ଭାଜପା ନଗର ତରଫରୁ ଆଜି ପୋଷ୍ଟ କାର୍ଡ ମାଧ୍ୟମରେ ଧନ୍ୟବାଦ ଓ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରାଯାଇଛି । ଶ୍ରୀରାମ ମନ୍ଦିର ନିର୍ମାଣ, ଜମ୍ମୁ କାଶ୍ମୀରରେ ୩୭୦ ଓ ୩୫ (ଏ) ଉଚ୍ଛେଦ, ତିନି ତଲାଗ ଭଳିକୁ ପ୍ରଥା ଉଚ୍ଛେଦ ସହ ଅନେକ ଗରିବ କଲ୍ୟାଣକାରୀ ଯୋଜନା ଦ୍ୱାରା ଓଡ଼ିଶାର ଜନସାଧାରଣ ଉପକୃତ ହୋଇ ଥିବାରୁ ତଥା ବିଶେଷ ଭାବରେ ଓଡ଼ିଶା ଭଳି ରାଜ୍ୟରୁ ଦ୍ରୌପଦୀ ମୁର୍ମୁଙ୍କୁ ମହାମହିମ ରାଷ୍ଟ୍ରପତି ଭାବେ ମନୋନୀତ କରିଥିବାରୁ କୃତଜ୍ଞତା ଓ ଧନ୍ୟବାଦ ପତ୍ର ପଠାଯାଇଛି । ପ୍ରଧାନମନ୍ତ୍ରୀଙ୍କ ଶୁଭ ଜନ୍ମଦିନ ଅବସରରେ ଭାଜପା ପକ୍ଷରୁ ଶୁଭେଚ୍ଛା ଜଣାଯିବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଧାନମନ୍ତ୍ରୀଜୀଙ୍କ ସୁଦୀର୍ଘାୟୁ ଓ ସୁସ୍ଥ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରାଯାଇଛି । ଏହି କାର୍ଯ୍ୟକ୍ରମରେ ନଗର ସଭାପତି ଫାଲ୍ଗୁନୀ ପାଣିଗ୍ରାହୀଙ୍କ ନେତୃତ୍ୱରେ କାଉନସିଲର ଚନ୍ଦନ ଦାସ, ପୂର୍ବତନ କାଉନସିଲର ଅନନ୍ତ ଦାସ, ନାରୀନେତ୍ରୀ ଦେବଯାନୀ ଅଣ୍ଡିଆ, ଜଗନ୍ନାଥ ଗୋଛାୟତ, ନଗର ଉପସଭାପତି ମୁକ୍ତାରାଣୀ ପାଳ, ନଗର ସମ୍ପାଦିକା ସୁମତି ରଣା ଓ ମାଳତୀ ଲତା ଦତ୍ତ, ବାଙ୍କବିହାରୀ ଦାସ, ଯୁବନେତା ରାମକୃଷ୍ଣ ସାହୁ, ରାଧାକୃଷ୍ଣ ସେଣ, ଭରତ ଧଳ, ସୁଜୟ ରାଉଳ, ନାରୀ ସଭାନେତ୍ରୀ ସାରେଶ୍ବରୀ ମାରାଣ୍ଡି, ଆଦିବାସୀ ନେତା ଗଦାଧର ସିଂ, ଅକ୍ଷୟ ଜେନା, ଗୋପୀ ଦାସ, ରାଜୀବ ଘୋଷ, ସଂଜୀବ ସେଠୀ, ଗୌରାଙ୍ଗ ସେଣଙ୍କ ସହ ଅନେକ ଶୁଭେଛୁ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା