କୋଟସାହି ଗ୍ରାମ୍ୟ କଲ୍ୟାଣ ସମିତି ଦ୍ୱାରା ବାଲ୍ୟ ବିବାହ ନିଷେଧ ପାଇଁ ସାଧାରଣ ସଭା ଅନୁଷ୍ଠିତ…

ଜଳେଶ୍ଵର (ସମୃଦ୍ଧ ଓଡିଶା) କୋଟସାହି ଗ୍ରାମ ପଞ୍ଚାୟତର କୋଟସାହି ରାଜସ୍ଵ ଗ୍ରାମର ଗ୍ରାମ୍ୟ କଲ୍ୟାଣ ସମିତିରେ ବାଲ୍ୟ ବିବାହ ନିଷେଧ ପାଇଁ ଏକ ସାଧାରଣ ସଭା ଆଜି ଅପରାହ୍ନ ୪ ଘଟିକା ସମୟରେ କେ ପି ନୋଡାଲ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜଳେଶ୍ଵର ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ବ୍ରଜ ମୋହନ ପ୍ରଧାନ ସଭାପତିତ୍ବ କରି ବାଲ୍ୟ ବିବାହ ନିଷେଧ ବିଷୟରେ ସମସ୍ତଙ୍କୁ ଆଲୋକପାତ କରି କହିଥିଲେ କି ୧୮ ବର୍ଷରୁ କମ୍ ଝିଅ ଓ ୨୧ ବର୍ଷରୁ କମ୍ ପୁଅ ବିବାହ କରି ପାରିବେ ନାହିଁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ଉଲ୍ଲଘଂନ କରି ଯିଏ ବିବାହ କରିବେ, ବାଲ୍ୟ ବିବାହ ନିଷେଧ ଆଇନ୍ ୨୦୦୬ (ଧାରା ୨କ) ଅନୁଯାଇ ବାଲ୍ୟ ବିବାହ କରାଇବା ଏକ ଦଣ୍ଡନୀୟ ଅପରାଧ ଓ ଏଥିପାଇଁ ୧ ଲକ୍ଷ ଟଙ୍କା ଜୋରିମାନା ଓ ୨ ବର୍ଷ କାରାଦଣ୍ଡର ବ୍ୟବସ୍ଥା ଅଛି ବୋଲି କହିଥିଲେ। ଅନ୍ୟ ସମ୍ମାନୀତ ଅତିଥି ଭାବରେ କୋଟସାହି ଗ୍ରାମ ପଞ୍ଚାୟତର ସରପଞ୍ଚ ମଞ୍ଜୁ ବାଳା ପ୍ରଧାନ, ଗାଁ କଲ୍ୟାଣ ସମିତିର ଆବାହକ ତଥା ଅଙ୍ଗନୱାଡ଼ି କର୍ମୀ ସବିତା ପରିଡ଼ା, ଅଙ୍ଗନୱାଡ଼ି କର୍ମୀ ସାଗରିକା ଦାସ ମହାପାତ୍ର, ରୁନୁ ଟୁଡୁ, ଆଶା କର୍ମୀ ପୁଷ୍ପଲତା ଦାସ ମହାପାତ୍ର, ଅନୁରାଧା ପ୍ରମାଣିକ, ୱାର୍ଡ଼ ସଭ୍ୟା ନମିତା ଜେନା, ପୁଷ୍ପାଞ୍ଜଳୀ ଦାସ ମହାପାତ୍ର ଓ ସାମ୍ୱାଦିକ ଭୂପତି ପରିଡ଼ା ଉପସ୍ଥିତ ହୋଇ ସହଯୋଗ କରିବା ସହିତ କିଶୋରୀ ବାଳିକା ଓ ମହିଳା ମାନଙ୍କୁ ବାଲ୍ୟ ବିବାହ ନିଷେଧ ବିଷୟରେ ଆଲୋକପାତ କରିଥିଲେ । ପ୍ରାୟ ୨ ଶହରୁ ଅଧିକ ମହିଳା ଓ କିଶୋରୀ ବାଳିକା ଉପସ୍ଥିତ ହୋଇ ବାଲ୍ୟ ବିବାହ ନ କରିବା ପାଇଁ ଶପଥ ପାଠ କରାଇଥିଲେ । 

ରିପୋର୍ଟ : ଭୂପତି ପରିଡା