ପ୍ରଥମ ମୌସୁମୀ ବର୍ଷା : ବଜ୍ରପାତରେ ଶିଶୁର ମୃତ୍ୟୁ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରବଳ ଗୁଳୁଗଳି ଓ ରୌଦ୍ରତାପରୁ ଆଜି ନିସ୍ତାର ମିଳିଥିଲେ ମଧ୍ୟ ଅପରାହ୍ନରେ ଘନଘନ ବଜ୍ରପାତ ହୋଇଥିଲା । ଏହାର ପ୍ରଭାବରେ ଜଳେଶ୍ୱରରେ ମଧ୍ୟ ଆଜି ପ୍ରଥମ ମୌସୁମୀ ବର୍ଷା ଆରମ୍ଭ ହୋଇଥିଲେ ମଧ୍ୟ ବଜ୍ରପାତରେ ଜଣେ ଶିଶୁର ମୃତ୍ୟୁ ଘଟିଥିବା ଜଣାଯାଇଥିଲେ । ବର୍ଷା ଲାଗି ରହିଥିବା ବେଳେ ଶ୍ୟାମନଗର ପଂଚାୟତର କାଲାଯୋଡି ଗାଁର ହରିଶ୍ଚନ୍ଦ୍ର ମହାନ୍ତଙ୍କ ୧୦ବର୍ଷର ପୁଅ ଅର୍ଜୁନ ମହାନ୍ତ ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ଘଟିଥିଲା । ଏଥିରେ ଅର୍ଜୁନ ପ୍ରଥମେ ସଂଜ୍ଞାହୀନ ହୋଇଥିବା ବେଳେ ପରିବାର ଲୋକେ ହାତୀଗଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ସରପଂଚ ଗିରିଜା ଶଂକର ସାସମଲ, ସମିତି ସଦସ୍ୟ ଫୁଲ ମୁର୍ମୁୁ ଶବ ବ୍ୟବଚ୍ଛେଦଲାଗି ପ୍ରଚେଷ୍ଟା ଚଳାଇଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ ହେବାକୁ ଥିବା ବେଳେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ସେ ଜଣେ ଆଦିବାସୀ ଗରିବ ହୋଇଥିବାରୁ ତାଙ୍କୁ ସମସ୍ତ ସରକାରୀ ସହାୟତା ଯୋଗାଇବାକୁ ଅଂଚଳବାସୀ ଦାବି କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା