ପ୍ରକାଶ ପାଇଲା ବିଜ୍ଞପ୍ତି : କଲେଜ କ୍ୟାମ୍ପସ ଚଳଚଞ୍ଚଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟରେ ଥିବା ସମସ୍ତ ଯୁକ୍ତ ୩ କଲେଜ ଏବଂ ବିଶ୍ୱବିଦ୍ୟାଳୟ ପାଇଁ ରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହାସହ ଲିଙ୍ଗଡୋ କମିଶନଙ୍କ ନିୟମ ମଧ୍ୟ ଲାଗୁ କରାଯାଇଛି । ପୂର୍ବାହ୍ନ ୧୧ ଟାରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୩ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିବେ । ଏହାସହ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନ ଯାଞ୍ଚ କରାଯିବ । ଅକ୍ଟୋବର ୪ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ । ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅପରାହ୍ନ ୫ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ । ନିର୍ମାଚନ ହେବାକୁ ଥିବା କ୍ୟାମ୍ପସରେ ୧୦ ତାରିଖରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ହେବ । ଏହାସହ ୧୧ ତାରିଖ ସକାଳ ୮ଟାରୁ ୨ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ । ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ । ସେପଟେ ୧୨ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ ଶେଷ କରିବାକୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗ ଯୋଗାଇ ଦେବାକୁ କୁହାଯାଇଛି ।ରାଜ୍ୟର ପ୍ରମୁଖ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ଵବିଦ୍ୟାଳୟ ରେ ଅଶାନ୍ତି ବାତାବରଣ ଯୋଗୁଁ ପୂର୍ବରୁ ନିର୍ବାଚନ ନହେବା ନେଇ ବିଧିବଦ୍ଧ ବିଂଜ୍ଞପ୍ତି ପ୍ରକାଶ ପାଇଥିଲା । ଏବଂ ଆଜି କଟକ ମଧୁସୂଦନ ଲ କଲେଜ ରେ ମଧ୍ୟ ନିର୍ବାଚନ କୁ ବାତିଲ କରାଯାଇଥିବା ନେଇ ସୂଚନା ମିଳିଛି । କଲେଜରେ ବିଶୃଙ୍ଖଳା ଜାରି ରହିଥିବାରୁ ନିର୍ବାଚନ ବାତିଲ କରିବାକୁ ଷ୍ଟାଫ୍‌ କାଉନସେଲିଂ ବୈଠକରେ ନିଷ୍ପତ୍ତି ହୋଇଛି ।

ରିପୋର୍ଟ : ଆକାଶ ମିଶ୍ର