ପ୍ରକାଶ ପାଇବ ଆସନ୍ତାକାଲି ମାଟ୍ରିକ ପରୀକ୍ଷା ଫଳ…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) ମାଟ୍ରିକ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି । ଏଥିସହିତ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ୨୦୨୧ର ଫଳ ମଧ୍ୟ ପ୍ରକାଶ ପାଇବ । ପରୀକ୍ଷା ଫଳକୁ ଆସନ୍ତାକାଲି ଅପରାହ୍ଣ ୧ଟାରେ ପରୀକ୍ଷା କମିଟି ନିକଟରେ ଉପସ୍ଥାପନ କରାଯିବ । ପରୀକ୍ଷା କମିଟିର ଅନୁମୋଦନ ପରେ ପରୀକ୍ଷା ଫଳ ଆସନ୍ତାକାଲି ଅପରାହ୍ଣ ୪ଟାରେ କଟକସ୍ଥିତ ମାଧ୍ୟବିକ ଶିକ୍ଷା ବୋର୍ଡର ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ କରାଯିବ । ସଂଧ୍ୟା ୬ଟା ପରଠାରୁ ଏହା ବୋର୍ଡର ୱେବସାଇଟ www.bseodisha.ac.in ଏବଂ www.bseodisha.nic.in ରେ ଉପଲବ୍ଧ ହେବ । ଇଂଟରନେଟ ସୁବିଧା ନଥିଲେ ଛାତ୍ରଛାତ୍ରୀଙ୍କ ପାଇଁ ମୋବାଇଲ ଫୋନରେ ଏସଏମଏସ ଜରିଆରେ ମଧ୍ୟ ପରୀକ୍ଷା ଫଳ ଉପଲବ୍ଧ ହେବ । ସେଥିପାଇଁ ନମ୍ବରକୁ ଛାତ୍ରଛାତ୍ରୀଙ୍କୁ ମୋବାଇଲରେ OR01<Roll number> ଲେଖି ତାହା ୫୬୭୬୭୫୦ ନମ୍ବରକୁ ଏସଏମଏସ କରିବାକୁ ହେବ । ସୂଚନାଯୋଗ୍ୟ ଯେ କୋଭିଡ-୧୯ର ଦ୍ୱିତୀୟ ଲହର ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ମାର୍ଟିକ ପରୀକ୍ଷା ବାତିଲ କରି ଦେଇଥିଲେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଶ୍ରେଣୀ ପରୀକ୍ଷାରେ ମିଳିଥିବା ନମ୍ବର ଏବଂ ସେମାନଙ୍କ ମେଧାସ୍ତରକୁ ଭିତ୍ତିକରି ନମ୍ବର ଦିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଥିଲେ ।