ପୌରପରିଷଦ ତରଫରୁ ୩ନଂ ୱାର୍ଡରେ କରୋନା ଭାଇରସ ନେଇ ସଚେତନ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଆଜି ପାରଳାଖେମୁଣ୍ଡି ସ୍ଥିତ ୩ନମ୍ବର ୱାର୍ଡର ପୌରପରିଷଦର ୱାର୍ଡ ଅଫିସରେ ଏକ କରୋନାକୁ ନେଇ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସଚେତନ କାର୍ଯ୍ୟକ୍ରମ ପୌରପରିସର ୱାର୍ଡ ଅଫିସର ଗଙ୍ଗାଧର ଖଞ୍ଜାଙ୍କ ନେତୃତ୍ୱରେ ସ୍ଥାନିତ ପୂର୍ବତନ ସଭ୍ୟା ଶ୍ରୀମତୀ ଖଗେଶ୍ୱରୀ ବେହେରା, ପୂର୍ବତନ ଉପାଧ୍ୟକ୍ଷ ଅଭିମନ୍ୟୁ ପଣ୍ଡା, ବରିଷ୍ଠ ନାଗରିକ ଉମାକାନ୍ତ ପଣ୍ଡା, ମାଧବ ମହାରଣା ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ସହ କିଭଳି କରୋନା ଠାରୁ ଦୂରେଇ ରହିବେ ତାକୁ ନେଇ ଚର୍ଚ୍ଚା କରିଥିଲେ । ଏଥିରେ ୩ନମ୍ବର ୱାର୍ଡର ସମସ୍ତ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା