ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରୁ ନବଜାତ ଶିଶୁ ଚୋରି…

ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରୁ ଏକ ନବଜାତ ଶିଶୁ ଚୋରି ହୋଇଥିବା ଖବର ମିଳିଛି । ୫ଦିନ ପୂର୍ବରୁ ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଆନର୍ଗତ ମାଣିକପୁର ଗ୍ରାମରୁ ପୁରୀ ପାଇକ ପ୍ରସୂସ୍ତି ପାଇଁ ଆସିଥିଲେ । ତାଙ୍କର ଏକ ପୁତ୍ର ଜନ୍ମ ହୋଇଥିଲା । ତାଙ୍କର ମେଜର ଅପରସନ ହୋଇଥିବାରୁ ଡକ୍ଟର କିଛିଦିନ ରହିବା ପାଇଁ କହିଥିଲେ । କିନ୍ତୁ ଆଜି ପ୍ରାୟ୧୨.୧୫ ମିନିଟ ସମୟରେ ପୁରୀ ପାଇକର ପିୟୁସି ନାନୀ ସୂର୍ଯ୍ୟ ଦଳାଇ ନବଜାତ ଶିଶୁଟିକୁ ବାହାରେ ଧରି ବସିଥିବା ସମୟରେ ଜଣେ ମହିଳା ଆସି ତାଙ୍କୁ ତମ ନାନୀ ଡାକୁଛି ଯାଅ ମୁଁ ମେଡିକାଲ ଷ୍ଟାପ ବୋଲି ପରିଚୟ ଦେଇ ଛୁଆଟିକୁ ମୋତେ ଦିଅ ମୁଁ ତାକୁ ଟିକେ ଖରାରେ ବସେଇଥିବି କହି ମାଗିଥିଲେ । ଏହାପରେ ସେ ଛୁଆଟିକୁ ଦେଇ ୫ମିନିଟ ଭିତରେ ବେଡ଼ ପାଖକୁ ଯାଇ ଆସିବା ବେଳକୁ ଛୁଆକୁ ନେଇ ମେଡିକାଲ ଷ୍ଟାପ ବୋଲି ପରିଚୟ ଦେଇଥିବା ମହିଳା ଜଣକ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ପୁରୀ ପାଇକର ସ୍ୱାମୀ ମଦନ ବଣୁଆ କୌଣସି କାମରେ ମାର୍କେଟ ଯାଇଥିଲେ ସେ ଆସିବା ବେଳେ ଘଟଣା ଦେଖି ତୁରନ୍ତ ଅନୁସନ୍ଧାନ ଆରମ୍ଭ କରିଥିବା ଜଣାପଡ଼ିଛି ।

ରିପୋର୍ଟ : କୃଷ୍ଣ କୁମାର ବେହେରା