ପୋଷ୍ଟାଲ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ପୋଷ୍ଟାଲ କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଇଜିନିୟର ସ୍କୁଲ ନିକଟରେ ଅବସ୍ଥିତ ରାଜସ୍ୱ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଓ ପୋଷ୍ଟାଲ ବିଭାଗକୁ ଘରୋଇକରଣ କରିବାକୁ ଉଦ୍ୟମକୁ ବିରୋଧ କରାଯାଇଛି l ଦେଶରେ ସର୍ବାଧିକ ନିଯୁକ୍ତି ଯୋଗାଇବାରେ ପ୍ରମୁଖ ଭୂମିକା ନିଭାଉଥିବା ପୋଷ୍ଟାଲ ବିଭାଗକୁ ସରକାର ବିକ୍ରି କଲେ ଏହା ବିରୁଦ୍ଧରେ ଆନ୍ଦୋଳନ ହେବ ଓ ଦେଶର ସାଧାରଣ ଜନତା ତାକୁ କେବେ କ୍ଷମା କରିବେ ନାହିଁ ବୋଲି ବକ୍ତାମାନେ ପ୍ରକାଶ କରିଥିଲେ l ଏହାସହ ଖାଲିଥିବା କର୍ମଚାରୀ ପଦବୀରେ ନିଯୁକ୍ତି ଦେବା, ବ୍ରହ୍ମପୁର ମୁଖ୍ୟ ଡାକଘରକୁ ନିମ୍ନ କରଣ କରିବାକୁ ଯେଉଁ ଚେଷ୍ଟା ଚାଲିଛି ତାକୁ ବିରୋଧ କରାଯାଇଛି l ଏହି ସମ୍ମିଳନୀରେ ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପୋଷ୍ଟାଲ ସୁପରଟେଣ୍ଡ ତାରିଣୀ ଚରଣ ପାଢ଼ୀ, ପୀତବାସ ପଣ୍ଡା, କୃଷ୍ଟଚନ୍ଦ୍ର ପଣ୍ଡା, ମନୋଜ କୁମାର ପାଣିଗ୍ରାହୀଙ୍କ ସମେତ ସଂଘ ସଭାପତି ଅରୁଣ ବେହେରା, ସମ୍ପାଦକ କେଦାରନାଥ ଶତପଥୀ, ରାମଚନ୍ଦ୍ର ଦାସ, ଅଟଳ ବିହାରୀ କର, କିଶୋର ଶତପଥୀ, ଶିବ ସାହୁ, ବିଭୁତି ପଟ୍ଟନାୟକ, ତାରିଣୀ ମହାନ୍ତି, ରାମ ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା