ନାଟ୍ୟ ନିର୍ଦ୍ଦେଶକ ସଂଘର ନବବର୍ଷ ବନ୍ଧୁ ମିଳନ ଓ ସାଙ୍ଗଠନିକ ଆଲୋଚନା ଚକ୍ର

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଓଡିଶା ମୁକ୍ତ ଆକାଶ ରଙ୍ଗମଞ୍ଚ ନାଟ୍ୟ ନିର୍ଦ୍ଦେଶକ ସଂଘ ଅନୁବନ୍ଧିତ ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ନବବର୍ଷ ବନ୍ଧୁ ମିଳନ ଓ ସାଙ୍ଗଠନିକ ଆଲୋଚନା ଚକ୍ର ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ କୃଷ୍ଣଚନ୍ଦ୍ର ପଣ୍ଡା ସମ୍ପାଦକୀୟ ବିବରଣୀ ପାଠ ସହ ସଂଯୋଜନା କରିଥିଲେ । ଏହି ବୈଠକରେ ଉପସ୍ଥିତ ଜିଲ୍ଲାର ନିର୍ଦ୍ଦେଶକ ମାନେ ସଭାପତି ଓ ସମ୍ପାଦକଙ୍କ ସହିତ ପରଷ୍ପରକୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଥିଲେ । ସଂଘର ଉପଦେଷ୍ଟା ଡା.ତିରୁପତି ସାହୁ ଏବଂ କୋଷାଧକ୍ଷ ସୁଶାନ୍ତ ପଟ୍ଟନାୟକ ଭିଡିଓ ବାର୍ତ୍ତା ମାଧ୍ୟମରେ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଏହି ବୈଠକରେ ସଂଘର ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ସହିତ ସଂଗଠନକୁ ସୁଦୃଢ଼ କରିବା ପାଇଁ ବହୁ ନିର୍ଦ୍ଦେଶକ ସେମାନଙ୍କ ସୁଚିନ୍ତିତ ମତାମତ ଦେଇଥିଲେ । ବରିଷ୍ଠ ନାଟ୍ୟକାର ତଥା ନାଟ୍ୟ ନିର୍ଦ୍ଦେଶକ ଏନ. ରାମବାବୁ ଉପସ୍ଥିତ ରହି ଗଞ୍ଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘକୁ ବିକଶିତ ପାଇଁ ସମସ୍ତେ ନିଃସ୍ୱାର୍ଥ ଭାବରେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେବା ସହିତ ନୋ ଡିଫେକ୍ଟ ନାଟକ କରିବା ପାଇଁ କହିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂଯୋଜକ ଟୁଟୁ ପାଢ଼ୀ, ରାଜ୍ୟ ସହ -ସମ୍ପାଦକ ବସନ୍ତ ଜେନା, ଦେବେନ୍ଦ୍ର ଶର୍ମା,ରବି ପାଢ଼ୀ, ଗୀତା ସ୍ୱାଇଁ, ଭାଗିରଥି ସ୍ୱାଇଁ, ଗୋପାଳ ଚର୍ଚ୍ଚି, ଭାସ୍କର ସେନାପତି, ଉମା ପଣ୍ଡା, ନବୀନ ହୋତା, ରବୀନ୍ଦ୍ର ଗୌଡ଼, ହେମନ୍ତ କୁମାର ସେଠୀ, ସଦାନନ୍ଦ ରଣା, ଶିଶିର ଶତପଥୀ, ସିଏଚ. ଦେବଦାସ, ଜଳନ୍ଧର ନାୟକ, ସୀମାଞ୍ଚଳ ନାୟକ ପ୍ରମୁଖଙ୍କ ସହ ବହୁ ନିର୍ଦ୍ଦେଶକ ଉପସ୍ଥିତ ଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା