ପୋଖରୀ ତୁଠରେ ପଡିରହିଛି ସରକାରୀ ସୋଲର ଲାଇଟ୍ ପୋଷ୍ଟ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଗଳି ରାସ୍ତାମାନଙ୍କରେ ଲୋକ ମାନଙ୍କ ରାତିରେ ଗମନା ଗମନର ସୁବିଧା କରିବା ପାଇଁ ବିଭିନ୍ନ ସ୍ଥାନରେ ସୋଲାର ଲାଇଟ୍ ପୋଷ୍ଟ ନିର୍ମାଣ କରିଥିଲେ । ଯେଉଁ ସ୍ଥାନରେ ଇଲେକ୍ଟ୍ରିଲାଇଟ୍‌ର ସୁବିଧା ନାହିଁ ସେହିସ୍ଥାନରେ ରାସ୍ତାରେ ଆଲୁଅ ଜଳିବା ଲାଗି ସୌରଶକ୍ତିରୁ ବିଦ୍ୟୁତ୍ ବାହାର କରି ରାତ୍ରିିରେ ଜଳାଇବାର ବ୍ୟବସ୍ଥା କରାଯାଇଥିଲା । ମାତ୍ର ବିଭିନ୍ନ ସ୍ଥାନରେ ତାହାର ରକ୍ଷଣା ବେକ୍ଷଣର ଅଭାବ ଦେଖିବାକୁ ମିଳୁଛି । ଜଳେଶ୍ୱର ପୌରପରିଷଦ ଅନ୍ତର୍ଗତ ୧୩ ୱାର୍ଡର ନନ୍ଦିକା ଗ୍ରାମର ଶ୍ୟାମସୁନ୍ଦର ଦତ୍ତଙ୍କ ପୋଖରୀପାଖ ହୁଡାରେ ଏକ ସୋଲାର ଲାଇଟ୍ ଖୁଣ୍ଟଟି ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଗତ ଅମ୍ପନ ବେଳେ ନିକଟରେ ରାସ୍ତାକାମ ଚାଲୁଥିବାରୁ ଏହା ଓଲଟି ପଡିଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଥିପ୍ରତି କାହାର ନଜର ନ ଥିବାରୁ ସୋଲାର ପୋଷ୍ଟଟି ନଷ୍ଟ ହେବାକୁ ବସିଛି । ଦୀର୍ଘ ୬ମାସ ଧରି ଏହା ମାଟିରେ ଅଧାଅଧି ପୋତି ରହିଥିବା ବେଳେ ଏହା ଏକ ପ୍ରଯୁକ୍ତି ବିଦ୍ୟାର କାର୍ଯ୍ୟ ହୋଇଥିବାରୁ ଗ୍ରାମବାସୀଙ୍କ ପକ୍ଷରୁ ଆଦିତ୍ୟ ନାରାୟଣ ପାତ୍ର, ରବିନାରାୟଣ ପାତ୍ର, ବିକ୍ରମ କେଶରୀ ଦତ୍ତ ପ୍ରମୁଖ ଦାବି କରିଛନ୍ତି । ଅନ୍ୟଥା ଉକ୍ତ ସୋଲ ପୋଷ୍ଟଟି ସଂପୂର୍ଣ୍ଣ ହେବାର ସମ୍ଭାବନା ରହିଛି ।