ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ମାସ ପର୍ଯ୍ୟନ୍ତ ଖୋଲିବ ନାହିଁ ମନ୍ଦିର: ପିକ୍‌ନିକ୍‌ ସ୍ପଟ୍‌ରେ ଲାଗିଲା କଟକଣା…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଡିସେମ୍ବର ମାସ ପହିଲା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଖୋଲିବ ନାହିଁ ମନ୍ଦିର । ପିକନିକ୍ ସ୍ପଟରେ ଅଧିକ ଗହଳି ଉପରେ ଲାଗିଲା କଟକଣା ।କମ୍ ସଂଖ୍ୟକ ଲୋକଙ୍କ ମଧ୍ୟରେ ପିକନିକ୍ କରି ପ୍ରକୃତି ମଜା ନେଇପାରିବେ । ଗହଳ ଚହଳ ହେଲେ ସାଧାରଣ ଲୋକେ ନିର୍ଦ୍ଧିଷ୍ଟ ନମ୍ବରରେ ଜିଲ୍ଲା ପ୍ରଶାସନକୁ ଅବଗତ କରିପାରିବେ । ଗାଁ ମାନଙ୍କରେ ତହସିଲ୍ କାର୍ଯ୍ୟ ତିନି ମାସ ପାଇଁ ଆରମ୍ଭ ହେବ । ଜିଲ୍ଲାମାନଙ୍କ ମଧ୍ୟରେ ଗଞ୍ଜା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ବରେ ଏହି ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ହ୍ରାସ ପାଇଛି। ଯେଉଁମାନେ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଛନ୍ତି, ସେମାନେ କିପରି ପୂର୍ନବାର ଆକ୍ରାନ୍ତ ନହୁଅନ୍ତି, ସେଥିପ୍ରତି ଜିଲ୍ଲାପାଳ ଧ୍ୟାନ ଦେଇଛନ୍ତି । ଏପରି କି ଜିଲ୍ଲାର ବିଭିନ୍ନ ବ୍ଲକ ଏବଂ ଜିଲ୍ଲା ସ୍ତରୀୟ କର୍ମଚାରୀଙ୍କ ସହ ଭିଡିଓ କନ୍‌ଫରେନ୍ସିଂରେ ମାଧ୍ୟରେ ଜିଲ୍ଲାପାଳ ଆଲୋଚନା କରିଛନ୍ତି । ସରକାରୀ ଅଧିକାରୀରଣ ୫୦ ପ୍ରତିଶତ ସମୟ କାର୍ଯ୍ୟାୟଳରେ ରହିବେ ଏବଂ ୫୦ ପ୍ରତିଶତ ସମୟ ଫିଲ୍ଡ୍ ରେ ରହି ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ କରିପାରିବେ । ଆଜି ଜିଲ୍ଲାରେ ୨୪ଟି ଆହାର କେନ୍ଦ୍ର ଖୋଲା ଯାଇଥିବା ବେଳେ କେନ୍ଦ୍ର ନିକଟରେ ଜଣେ ସ୍ୱାସ୍ଥ୍ୟ କର୍ମୀ ମୁତୟନ ରହି ସମସ୍ତ ତଥ୍ୟ ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା