ପୋଖରିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ…

ବୁଗୁଡା (ସମୃଦ୍ଧ ଓଡିଶା) ପୋଖରିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଳକ ଅନ୍ତର୍ଗତ କରଚୁଲି ପଞ୍ଚାୟତ ସ୍ଥିତ ପଡିଆଭଙ୍ଗା ଗାଁର ସନ୍ୟାସୀ ନାଇକ ହୋଇଥିବା ଜଣାପଡିଛି । ସେ କରଚୁଲି ଗାଁର ପୋଖରିରେ ବୁଡି ନିଖୋଜ ଥିଲେ ବୁଗୁଡା ଅଗ୍ନିଶମ ବାହିନୀ ଦୁଇଘଣ୍ଟାର କସରତ ପରେ ସନ୍ୟାସୀ ନାଇକଙ୍କୁ ପୋଖରିରୁ ଉଧାର କରିଥିଲେ । ସନ୍ୟାସିଙ୍କୁ ବୁଗୁଡା ମେଡିକାଲକୁ ଆଣିବା ପରେ ମେଡିକାଲରେ ଡାକ୍ତର ସନ୍ୟାସିଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମେଡିକାଲରେ ବୁଗୁଡା ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ମୃତକ ସନ୍ୟାସୀଙ୍କ ମା”ଙ୍କ କହିବା ଅନୁଯାଇ ସନ୍ୟାସୀଙ୍କ ସ୍ତ୍ରୀ ବିଷ୍ଣୁ ନାଇକ ସେ କର୍କଟ ରୋଗରେ ପୀଡିତ ଥିଲେ । ଗତ ୧୫ ଦିନ ତଳେ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ଆଜି ସନ୍ୟାସୀ ପୋଖରିର ହିଡ ସଫା କରୁଥିବା ସମୟରେ ଫିଡସ୍ ରୋଗ ହଠାତ୍ ମାରିବା ଯୋଗୁଁ ପୋଖରି ପାଣି ଭିତରକୁ ଖସିପଡି ଥିବା ଯୋଗୁଁ ସନ୍ୟାସିଙ୍କ ମୃତ୍ୟୁ ହୋଇଥିବା ସନ୍ୟାସିଙ୍କ ମା” କହିଛନ୍ତି । ଏମିତିକି ସନ୍ୟାସୀଙ୍କ ୩ ବର୍ଷର ଗୋଟିଏ ନାବାଳିକା ଝିଅ ଓ ୧୦ ବର୍ଷ ବୟସର ଗୋଟିଏ ନାବାଳକ ପୁଅ ଆଜି ବାପା ମା” ଛେଉଣ୍ତ ହୋଇ ଅନାଥ ହୋଇଥିବା କହିଛନ୍ତି ମୃତ ସନ୍ୟାସୀଙ୍କ ମା ଓ ଗ୍ରାମବାସୀ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା