ପେଟ୍ରୋଲିଂ ବେଳେ ଧରାପଡି ଗିରଫ ହେଲେ ୫ଜଣ ଡକାୟତ…

ସାନଖେମୁଣ୍ଡି(ସମୃଦ୍ଧ ଓଡିଶା)ପାଟପୁର ପୋଲିସ ରାତ୍ର ପେଟ୍ରୋଲିଂ ବେଳେ ୫ଜଣ ସନ୍ଦିଗ୍ଧ ଡକାୟତଙ୍କୁ କାବୁକରିଛି । ପାଟପୁର ଥାନା ଅନ୍ତର୍ଗତ ପାଇକ ରାମଚନ୍ଦ୍ରପୁର ଯାତ୍ରୀ ଵିଶ୍ରାମାଗାରରେ ଡକାୟତି ଯୋଜନାରେ ଥିବା ଏହି ୫ଜଣ ସନ୍ଦିଗ୍ଧ ଡକାୟତ ଧରାପଡିଥିବା ସୂଚନା ମିଳିଅଛି। ଏଏସ୍ଆଇ ରବୀନ୍ଦ୍ର ନାଥ ଗୌଡ଼ଙ୍କ ନେତୃତ୍ୱରେ ପୋଲିସ ବାହିନୀର ରାତ୍ର ପେଟ୍ରୋଲିଂରେ ପାଇକ ରାମଚନ୍ଦ୍ରପୁର ବସ୍ ରହଣି ସ୍ଥଳରେ ଥିବା ବିଶ୍ରାମାଗାରରେ କିଛି ଅଜଣା ସନ୍ଦିଗ୍ଧ ଥିବା ନିରୀକ୍ଷିଣ କରିଥିଲେ। ସେମାନଙ୍କ ଗତିବିଧି ସହ ପରିଚୟରୁ ସେମାନେ ଅନ୍ୟଅଞ୍ଚଳ ସହିତ ଡକାୟତି ଉଦ୍ୟମରେ ଥିବା ଠଉରାଇ ଚଢ଼ାଉ କରିଥିଲେ। ଘଟଣାସ୍ଥଳରେ ୫ଙ୍କୁ ଅଟକ ରଖି ଘଟଣା ଯାଞ୍ଚ କ୍ରମେ ୨ ଜୀବନ୍ତ ଅଫୁଟା ବୋମା, ଭୁଜାଲି, ଛୁରୀ ସହ କିଛି ମାରଣାସ୍ତ୍ର ଜବତ କରି ୫ ଜଣକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମିଟୁ ପ୍ରଧାନ ଖଲ୍ଲିକୋଟ ଥାନା ତୁଳସୀପୁର ଗ୍ରାମର, ଅଧୀଶ୍ଵର ପଲାଇ କୋଦଳା ଥାନା ଲଛିପୁର ଗ୍ରାମର , ଇ.ସୁରଜ କୁମାର ଦୋରା ବୁଗୁଡା ଥାନା ବାଦୁଆ ଗ୍ରାମର, କୃଷ୍ଣଚନ୍ଦ୍ର ବେହେରା କବିସୂର୍ଯ୍ୟନଗର ଚଢ଼େୟାପଦା ଗ୍ରାମର ଓ ଗୌରୀଶଙ୍କର ସ୍ବାଇଁ ଭଞ୍ଜନଗର ଥାନା ମୁଦୁଲିପଡା ଗ୍ରାମର ବୋଲି ଜଣାପଡିଛି। ଥାନା ପକ୍ଷରୁ କେସ ନଂ ୨୪/୨୦୦୦ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟଚାଳନ କରାଯାଇଥିବା ତଦନ୍ତ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ ସୂଚନା ଦେଇଛନ୍ତି।

ରିପୋର୍ଟ: ପ୍ରଫୁଲ୍ଲ ସାବତ।