ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିନାୟକ ଆଚାର୍ଯ୍ୟଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଟେକ୍ନୋ ଅଫିସ କୋର୍ଟ ଟେକା ପରିସରରେ ଗଂଜାମ ଜିଲ୍ଲାର ବରପୁତ୍ର ବିନାୟକ ଆଚାର୍ଯ୍ୟଙ୍କ ୩୮ତମ ଶ୍ରାଦ୍ଧ ଦିବସ ଗଞ୍ଜାମ ଜିଲ୍ଲା ବିକାଶ ମଞ୍ଚ ତରଫରୁ ପାଳିତ ହୋଇଯାଇଛି । ରାଜେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆଲୋଚନା ଚକ୍ରରେରେ ସମାଜସେବୀ ଜଗନ୍ନାଥ ପାଢ଼ୀ ଅତିଥି ଓ ଅବନୀ କୁମାର ଗୟା ବକ୍ତା ଭାବରେ ଯୋଗଦାନ କରିଥିଲେ । ଉପସଭାପତି ବିଶ୍ୱ ଦେବ ବର ପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ଦେବା ପାଇଁ ଦଳମତ ନିର୍ବିଶେଷରେ ସମିଳୀତ ଉଦ୍ୟମର ଅଭାବ ଯୋଗୁଁ ମହାନଗର ନିଗମ ଅଞ୍ଚଳର ମୂଖ୍ୟ ସ୍ଥାନରେ ପ୍ରତିମୂର୍ତ୍ତୀଟିଏ ହୋଇ ପାରିଲା ନାହିଁ । ସୁଷମା ପଣ୍ଡା ଆଚାର୍ଯ୍ୟଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଉପଦେଷ୍ଟା ଡଃ ଶିବପ୍ରସାଦ ମିଶ୍ର ଓ ଶଙ୍କର୍ଷଣ ପାତ୍ର ବ୍ରହ୍ମପୁର ଷ୍ଟାଡିୟମକୁ ବିନାୟକ ଆଚାର୍ଯ୍ୟ ଷ୍ଟାଡିୟମ ନାମରେ ନାମିତ କରାଯିବା ପାଇଁ ଦାବି କରିଥିଲେ । ରାମ ପ୍ରସାଦ ପାତ୍ର ରମେଶଚନ୍ଦ୍ର ମହାପାତ୍ର ନିରାକାର ନାୟକ, ଲକ୍ଷ୍ମୀ ଚରଣ ପଣ୍ଡା, ଆଲୋଚନା ଚକ୍ରରେରେ ଅଂଶ ଗ୍ରହଣ କରିଥିଲେ । ଜଗନ୍ନାଥ ପାଢ଼ୀ ଓ ଅବନୀ କୁମାର ଗୟା ବ୍ରହ୍ମପୁର ଷ୍ଟାଡିୟମ ନିର୍ମିତ ହେବାରେ ତାଙ୍କର ମୂଖ୍ୟମନ୍ତ୍ରୀ ସମୟରେ ଦିଲ୍ଲୀ ଦରବାରରେ ଡିଫେନସ୍ ଉପରେ କିପରି ଚାପ ପ୍ରୟୋଗ କରିଥିଲେ ସେହି ବିଷୟରେ କହିଥିଲେ । ତେଣୁ ବ୍ରହ୍ମପୁର ଷ୍ଟାଡିୟମକୁ ବିନାୟକ ଆଚାର୍ଯ୍ୟ ଷ୍ଟାଡିୟମ ନାମରେ ନାମିତ କରାଯିବା ପାଇଁ କହିଥିଲେ । ଭବିଷ୍ୟତରେ ପ୍ରତିମୂର୍ତ୍ତି ପ୍ରତିଷ୍ଠା ପାଇଁ କମିଶନରଙ୍କୁ ଭେଟି ଆଲୋଚନା କରିବା ଓ ମୂଖ୍ୟମନ୍ତ୍ରୀଙ୍କୁ ବିନାୟକ ଆଚାର୍ଯ୍ୟଙ୍କ ନାମାନୁସାରେ ଷ୍ଟାଡିୟମ ନିର୍ମାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯିବା ପାଇଁ ସ୍ମାରକ ପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଶେଷରେ ଡଃ ଶିବପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା