ପୂର୍ବତନ ଗୁମା ବ୍ଲକ ଚ୍ୟାରମେନ ପ୍ରେମିକା ମଣ୍ଡଳଙ୍କ ବିୟୋଗ…

ପାରଳାଖେମୁଣ୍ଡି/ଗୁମା (ସମୃଦ୍ଧ ଓଡିଶା) ଗୁମ୍ମା ବ୍ଲକ ପୂର୍ବତନ ଚ୍ୟାରମେନ ପ୍ରେମିକା ମଣ୍ଡଳ ଗତକାଲି ରାତ୍ର ୧୨ ଘଣ୍ଟା ସମୟରେ ବିୟୋଗ ଘଟିଛି । ସେ କିଛିଦିନ ହେବ କିଡ୍ନୀ ରୋଗରେ ପୀଡିତ ଥିଲେ । ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରୁଥିଲେ । କିନ୍ତୁ ହଟାତ କାଲି ରାତିରେ ଦେହ ଅସୁସ୍ଥ ହୋଇ ମୃତ୍ୟୁ ହୋଇଥିବା ତାଙ୍କ ସ୍ୱାମୀ ଜନ କେଲଭିନ ମଣ୍ଡଳ ଜଣାଇଛନ୍ତି । ତାଙ୍କ ମୃତ୍ୟୁ ଖବର ପାଇ ମୋହନା ବିଧାୟକ ଦାସରଥୀ ଗମାଙ୍ଗ, ପୂର୍ବତନ ବିଧାୟକ କେ. ସୁରିୟା ରାଓ, ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ସଂଜୟ ଅଧିକାରୀ, ବେର୍ନିକ ଗମାଙ୍ଗ, ଜିଲ୍ଲା ଯୁବ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ପଲଭ ଲିମା, ମରୁତ କୁମାର ପାଳ, ସେବାଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, କଂଗ୍ରେସ ଗୁମ୍ମା ବ୍ଲକ ସଭାପତି ଲଳିତ କୁମାର ଦଣ୍ଡସେନା, ତ୍ରିନାଥ ପାତ୍ର, ପୂର୍ବତନ ଉପାଧ୍ୟକ୍ଷ ଅଭିମନ୍ୟୁ ପଣ୍ଡା, କୁନା ମାଝୀ ପ୍ରମୁଖ ଶ୍ରୀମତୀ ମଣ୍ଡଳଙ୍କ ବାସଭବନ ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ରିପୋର୍ଟ : କୃଷ୍ଣ କୁମାର ବେହେରା