ଆଦିବାସୀ ଯୁବକର ମୃତ୍ୟରେ ଶୋକସଭା : ସହାୟତା ହାତ ବଢାଇଲା କଂଗ୍ରେସ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅଧିନ ନଛିମପୁର ପଞ୍ଚାୟତର ଆଦିବାସୀ ଅଧ୍ୟୁସୀତ ଯୋକାପାଟଣା ଗାଁର ଗୁବା ଟୁଡୁଙ୍କ ପୁଅ ସୁକୁଲ ଟୁଡୁ(୩୫) ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଅକାଳ ବିୟୋଗ ହୋଇଥିଲା । ଆଜି ଶୁକ୍ରବାର ତାର ଦସାହ କ୍ରିୟା ଅବସରରେ କଂଗ୍ରେସ ପ୍ରବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ୱରେ ବ୍ଳକ ସଭାପତି ରାଜୀବ ପରିଡା, କିଷାନ କଂଗ୍ରେସ ସଭାପତି ସୁଦାମ ଚରଣ ପାତ୍ର, କଂଗ୍ରେସ ଜିଲା ସାଧାରଣ ସଂପାଦକ ହେମନ୍ତ ଗିରି, ଚିତ୍ତରଂଜନ ପରିଡା, ସୁଶାନ୍ତ ଦେ, ଅକ୍ଷୟ ଜେନା, ସମାଜସେବୀ ସପନା ଜେନା, ସୁବିର ଜେନା ପ୍ରମୁଖ ଯୋଗଦାନ କରି ସହାୟତା ପ୍ରଦାନ କରିଥିବା ବେଳେ ଡମାନ୍ ଟୁଡୁ, ଭରତ ହାଁସଦା, ରମେଶ ମୁର୍ମୁ, ବରେନ୍ଦ୍ର ମୁର୍ମୁ, କାହ୍ନୁ ହାଁସଦା ପ୍ରମୁଖ ଉପସ୍ଥିତ ହୋଇ ୧ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ସରପଞ୍ଚ ଦୀପାଳୀ ଜେନା ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା କରିଥିବା ବେଳେ ତାର ବୃଦ୍ଧା ବାପା ଓ ନାବାଳିକା କନ୍ୟାକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।

ରିପୋର୍ଟ : ଭୂପତି ପରିଡା