ପୁର୍ତ୍ତ ବିଭାଗରେ ଚାଲିଛି ବେନିୟମ ଟେଣ୍ଡର-ଠିକାଦାରଙ୍କ ଅସନ୍ତୋଷ ଓ କତ୍ତୃପକ୍ଷଙ୍କୁ ଲିଖିତ ଅଭିଯୋଗ : ପୂର୍ବ ସୂଚନା ଅନୁଯାୟୀ ଅନଶନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପୁର୍ତ୍ତବିଭାଗ(୨) ଅଧିନରେ ବହୁ ବେନିୟମ କାର୍ଯ୍ୟ ସହିତ ଟେଣ୍ଡର ସମ୍ପାଦନ କରାଯାଉଛି ବୋଲି ଜଳେଶ୍ୱର ଠିକାଦାରମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ । ପୂର୍ବ ସୂଚନା ଅନୁଯାୟୀ କେତେକ ଠିକାଦାର କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆରମ୍ଭ କରିଥିଲେ । ଦୀର୍ଘବର୍ଷ ଧରି ପୁର୍ତ୍ତ ବିଭାଗରେ ପ୍ରିୟାପ୍ରତିତୋଷଣ ଓ କେତେକ ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଅଫଲାଇନ୍ କାର୍ଯ୍ୟର ଠିକା ଦିଆଯାଇ ଆସୁଥିଲା । ଏ ସମ୍ପର୍କରେ ଜଣାଯିବାପରେ ଗତ ୧୯ ତାରିଖରେ ଠିକାଦାର ସଂଘ ମଧ୍ୟରୁ ଲୋକନାଥ ଜେନା ଏ ସମ୍ପର୍କରେ ପୂର୍ବମଣ୍ଡଳ ପୂର୍ତ୍ତ ବିଭାଗ(ନିର୍ମାଣ)ର ମୁଖ୍ୟଯନ୍ତ୍ରୀଙ୍କୁ ବିଭିନ୍ନ ଅଭିଯୋଗ ଦେଇଥିଲେ । ଏଥିରେ ଅନ୍‌ଲାଇନ୍ ଟେଣ୍ଡେର ଦିଆଯାଉନଥିବା, ୫ଲକ୍ଷ ଟଙ୍କା ଯାଏ କାର୍ଯ୍ୟକୁ ଟେଣ୍ଡର ନ କରି ଅଫ୍‌ଲାଇନ୍‌ରେ ଦେବା, ସଲାସୁତୁରାରେ ନିର୍ଦ୍ଦିଷ୍ଟ କେତେକ ଠିକାଦାରଙ୍କୁ କାର୍ଯ୍ୟାଦେଶ ଦିଆଯାଉଥିବା ସଂପର୍କରେ ଅଭିଯୋଗ ହୋଇଥିଲା । ଗତ ଅକ୍ଟୋବର ୧ ତାରିଖରେ ହୋଇଥିବା ଟେଣ୍ଡର ପ୍ରକ୍ରିୟା ସଂପୂର୍ଣ୍ଣ ବେଆଇନ୍ ଓ ଲୁଚାଛପାରେ କରାଯାଇଥିବା କେତେକ ଠିକାଦାର ମୁଖ୍ୟଯନ୍ତ୍ରୀଙ୍କ ଠାରେ ଅଭିଯୋଗ କରିଥିଲେ । ବାରମ୍ବାର ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଆଜି ଏହାକୁ ପ୍ରଅତିବାଦ ଜଣାଇ ଠିକାଦାର ସଂଘ ପକ୍ଷରୁ ଅନଶନ ହେବାର ଲିଖିତଭାବେ ଜଣାଇ ଦିଆଯାଇଥିଲା । ସ୍ଥାନୀୟ ପ୍ରଶାସନଠାରୁ ସର୍ବୋଚ୍ଚ ଯନ୍ତ୍ରୀ, ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଆଜି ସୂଚନା ଅନୁଯାୟୀ ଲୋକନାଥ ଜେନା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ତାଙ୍କୁ ସ୍ୱୟମ୍ବୁ ପ୍ରସାଦ ଦାସ, ଅଭିଳାସ ଭୂୟାଁ, ଦୁଷ୍ମନ୍ତ ଜେନା, ଜନ୍ମେଜୟ ନାଥ, ଦିଲ୍ଲିପ ବେହେରା ପ୍ରମୁଖ ତାଙ୍କୁ ସହାୟତା କରିଥିଲେ । ଅନ୍ୟପକ୍ଷରେ ବରିଷ୍ଠ ଠିକାଦାର, ଅନନ୍ତ ମହାନ୍ତି, ମୃତ୍ୟୁଞ୍ଜୟ ନାଥ, ଗୋବିନ୍ଦ ସାହୁ, ସେଖର ମହାନ୍ତି, ସୁଧିର ସେନାପତି, ରାଜୁ ସାହୁ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ସହକାରୀ ନିର୍ବାହୀଯନ୍ତ୍ରୀ ଅଶୋକ ପଣ୍ଡା ଓ ସହକାରୀ ଯନ୍ତ୍ରୀ ନିହାର ରଂଜନ ବେହେରାଙ୍କ ସହିତ ଆଲୋଚନା କରିଥିଲେ । ଆଗାମୀ ଦିନରେ ସମସ୍ତ କାର୍ଯ୍ୟକୁ ଅନଲାଇନ୍‌ରେ ଟେଣ୍ଡର ଦିଆଯିବା ଓ ଅଫଲାଇନ୍‌ରେ ଟେଣ୍ଡର ଲାଗି ପୂର୍ବରୁ ସୂଚନା ଦିଆଯିବାର ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ଫଳରେ ଆମରଣ ଅନସନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିଲା । ଏ ସମ୍ପର୍କରେ ସହକାରୀ ନିର୍ବାହୀଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ପୂର୍ବରୁ ବେନିୟମ କାର୍ଯ୍ୟ ହୋଇନଥିବା ବେଳେ କେତେକ ଅତ୍ୟାବଶ୍ୟକ କାର୍ଯ୍ୟକୁ ଅତିଶୀଘ୍ର ଶେଷ ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଥାଏ । ଏମିତି କାଁଭାଁ କାର୍ଯ୍ୟକୁ ଛାଡି ଦେଲେ ସେପରି ଅନିତିକର କାର୍ଯ୍ୟ ହୋଇନଥିବା ସମ୍ପର୍କରେ କହିଛନ୍ତି ।

ରିପୋର୍ଟ : ଭୂପତି ପରିଡା