ପୁରୁଣା ବ୍ରହ୍ମପୁର,ତ୍ରିନାଥ ମନ୍ଦିର କୋଠଘର ନିମନ୍ତେ ବିଧାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ

ବ୍ରହ୍ମପୁର(ସମୃଦ୍ଧ ଓଡ଼ିଶା)ସ୍ଥାନୀୟ ପୁରୁଣା ବ୍ରହ୍ମପୁର ସ୍ଥିତ ୧0 ନମ୍ବର ୱାର୍ଡର ତ୍ରିନାଥ ମନ୍ଦିର ଛକ ନିକଟ ତ୍ରିନାଥ ମନ୍ଦିରର କୋଠଘର ପାଇଁ ବିଧ୍ୟାୟକ ପାଣ୍ଠିରୁ ୫ ଲକ୍ଷ ଟଙ୍କା ଅନୁଦାନ ମିଳିଥିବାରୁ ଅଞ୍ଚଳ ବାସି କୃତଜ୍ଞତା ଜଣାଇଛନ୍ତି l ଆଜି କୋଠଘର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଗଲା, ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳାଇ, ରାଜ୍ୟ ବିଜେଡି ମୁଖପାତ୍ର ତୁମ୍ଭ ନାଥ ପଣ୍ଡା, ସୋନାଲି ଗନ୍ତାୟତ, ଯୁବ ସଭାପତି ଅଜିତ ପଣ୍ଡା, ଛାତ୍ର ସଭାପତି ଶୋଭନ ନାୟକ, ସ୍ଥାନୀୟ ୧0 ନମ୍ବର କର୍ପୋରେଟର ବିଷ୍ଣୁପ୍ରିୟା ସାହୁ ତଥା ସ୍ୱାମୀ ମନୋଜ ସାହୁ, ୧୧ ନମ୍ବର ୱାର୍ଡ କର୍ପୋରେଟର ଚିତ୍ରସେନ ନାୟକ, ୧୩ ନମ୍ବର ୱାର୍ଡ କର୍ପୋରେଟର ବେବି ନାୟକ ତଥା ତାଙ୍କ ସ୍ୱାମୀ ଦଣ୍ଡପାଣି ନାୟକ,୧୨ ନମ୍ବର ୱାର୍ଡ କର୍ପୋରେଟର ସୂର୍ଯ୍ୟକାନ୍ତ ସୁବୁଦ୍ଧି ତଥା ସମାଜ ସେବି ଶଙ୍କର ସାହୁ, ନାରାୟଣ ଚୌଧୁରୀ, ସିଦ୍ଧାନ୍ତ ନାୟକ, ବିଜୟ ସାହୁ, ସୁରେଶ ବେହେରା, ଧନୁ ବାଡତିୟା, ଚିଣ୍ଟୁ ତ୍ରିପାଠୀ, ସୀମା ସାହୁ, ସନ୍ତୋଷ ନାୟକ ପ୍ରମୁଖ ଉପସ୍ଥିତ ରହି ଏହି କାଯ୍ୟକ୍ରମକୁ ସୂଚlର ରୂପେ ତୁଲାଇଥିଲେ ଓ ଅଞ୍ଚଳ ବାସି ଉପସ୍ଥିତ ରହି ସହଯୋଗ କରିଥିଲେ l ଏଥିପାଇଁ ଅଞ୍ଚଳ ବାସି ବିଧାୟକଙ୍କ ଏହିପରି କାଯ୍ୟlକଳାପକୁ ଭୁୟସୀ ପ୍ରଶଂସା କରିଥିଲେ ଓ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି l

ରିପୋର୍ଟ : ନିମାଇଁ ଚରଣ ପଣ୍ଡା