ପୁରୀ ବଡ଼ଦାଣ୍ଡରେ ଆଜି ଏକ ଅଘଟଣ : ଅପରେଟର ମୃତ୍ୟୁ

ପୁରୀ ବଡ଼ଦାଣ୍ଡରେ ଆଜି ଏକ ଅଘଟଣ ଘଟିଛି I ରଥଯାତ୍ରା ପାଇଁ କଣ୍ଟ୍ରୋଲ ରୁମ୍ ଉପରେ ସିସିଟିଭି ସଂଯୋଗ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବ ଅପରେଟରଙ୍କ ଜୀବନ। ମୃତ ଯୁବ ଅପରେଟର ହେଉଛନ୍ତି କଟକ ରାଜାବଗିଚା ଅଞ୍ଚଳର ରାକେଶ ବେହେରା(୨୫)। ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ୍ ପଠାଇଛି ଟାଉନ ଥାନା ପୋଲିସ ବୋଲି ଜଣାପଡିଛି ।

ରିପୋର୍ଟ : ପ୍ରଭାତ କୁମାର ବେହେରା