ପୁଣି ଥରେ ମାନବିକତା ଦେଖାଇଲେ ବିଧାୟକ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପୁଣି ଥରେ ମାନବିକତା ଦେଖାଇଲେ ବ୍ରହ୍ମପୁର ବିଧାୟକ । ଏକ ଅସହାୟ ଅବିବାହିତା ମହିଳା ସନ୍ଧ୍ୟାରାଣୀ ପଟନାୟକ କିଛି ଦିନ ତଳେ ମନ୍ଦିର ବାହାରେ ଦୀପ ଲଗାଉଥିବା ବେଳେ ଦୁର୍ଘଟଣା ବଶତଃ ନିଆଁର ପୋଡିହୋଇ ଯାଇଥିଲେ । ବ୍ରହ୍ମପୁର ଏମକେସିଜିରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । କିନ୍ତୁ ଏହି ଖବର ଶୁଣି ତାଙ୍କର ଅନ୍ତିମ ସଂସ୍କାର କରିବା ପାଇଁ ପରିବାରର ଲୋକ ପଛଘୁଞ୍ଚା ଦେବା ପରେ ବ୍ରହ୍ମପୁର ବିଧାୟକ ଵିକ୍ରମ କୁମାର ପଣ୍ଡା ଉକ୍ତ ମହିଳାଙ୍କ ପୋଷ୍ଟମୋର୍ଟମରୁ ଆରମ୍ଭ କରି ସବ ସତ୍କାର ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ନିଜେ ଉପସ୍ଥିତ ରହି କରାଇଥିବା ଜଣାପଡିଛି । ଏହାସହ ଅସହାୟ ମହିଳାଙ୍କ ସବ ସତ୍କାର କରି ମହାନତାର ପରିଚୟ ଦେବା ପରେ ଏହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ ବୋଲି କହିଛନ୍ତି । ଓଡିଶା ମୋ ପରିବାରର ଏହା ପ୍ରତିଫଳନ ଏବଂ ପ୍ରକୃତରେ ଓଡିଶା ଏକ ରାଜ୍ୟ ହେଲେ ମଧ୍ୟ ଏହାର ପ୍ରତେକ ରାଜ୍ୟ ବାସୀ ଏକ ପରିବାର ବୋଲି ଆଜି ମୁଖ୍ୟମନ୍ତ୍ରୀ ପ୍ରମାଣ କରିଛନ୍ତି । ଦୁଇଦିନ ତଳେ ଅସହାୟ ଦୁଇଟି ମୃତ ଶରୀରକୁ ଦାହ କରି ମହାନତାର ପରିଚୟ ଦେଇଥିଲେ ବିଧାୟକ ବିକ୍ରମ କୁମାର ପଣ୍ଡା । ଗୋଟିଏ ମୃତ ବ୍ୟକ୍ତି ଦଣ୍ଡାସି ସାହୁ(୭୫) ନିଳାଞ୍ଚଳ ସାହି (ପୁରୁଣା ବ୍ରହ୍ମପୁର) ତାଙ୍କର ଏକମାତ୍ର ହିଁ ଝିଅ ଓ ଅନ୍ୟଟି ଜୟଦେବ ନାୟକ(୩୬) ରଙ୍ଗୁଣିବନ୍ଧ ସାହି ତାଙ୍କର ବୃଦ୍ଧା ମା ସୁବାସିନି ନାୟକ ।