ପାନୀୟ ଜଳ ଅଭାବକୁ ନେଇ ତୀବ୍ର ଅସନ୍ତୋଷ ଗ୍ରାମବାସୀ…

ଛତ୍ରପୁର (ସମୃଦ୍ଧ ଓଡିଶା) ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡମାଧପୁର ଗ୍ରାମରେ ପୁଣି ପାନୀୟ ଜଳ ଅଭାବକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି । ବଡମାଧପୁର ଗ୍ରାମର ବଡକେଉଟସାହିକୁ ଦୀର୍ଘ ଚାରି ଦିନ ଧରି ପାଣି ଆସୁନାହିଁ ଯାହା ଫଳରେ ସାହିବାସିନ୍ଦା ହସ୍ତସନ୍ତ ହୋଇ ପଡିଲେଣି । କୈାଣସି ସମସ୍ୟା ନଥାଇ ଜାଣି ଶୁଣି ବଡକେଉଟସାହିକୁ ପାଣି ଛଡ଼ା ହେଉନାହିଁ । ଗାଁର ସବୁ ସାହିକୁ ପାଣି ଆସୁଥିଲା ବେଳେ ବଡକେଉଟସାହି ପ୍ରତି ଅନ୍ୟାୟ କ’ଣ ପାଇଁ ବୋଲି ପ୍ରଶ୍ନ କରିଛନ୍ତି । ଏନେଇ ସାହି ବାସିନ୍ଦା ସୋମବାର ପଞ୍ଚାୟତର ସରପଞ୍ଚଙ୍କ ସମେତ ନଳକୂପ ମରାମତି ପାଇଁ ଆସିଥିବା ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ କାଳୁ ଚରଣ ପାତ୍ର ଉଭୟଙ୍କୁ ଘେରି ଦେଇଥିଲେ । ପାଣିର କୈାଣସି ସମାଧାନ ନହେଲା ପର୍ଯ୍ୟନ୍ତ କନିଷ୍ଠ ଯନ୍ତ୍ରୀଙ୍କୁ ଛାଡ଼ିବୁ ନାହିଁ ବୋଲି ଚେତାବନୀ ଦେଇଥିଲେ । ପରେ ପ୍ରତିଶ୍ରୁତି ମିଳିଲା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୂର୍ବରୁ ପାନୀୟ ଜଳ ସମସ୍ୟା ନେଇ ବଡ଼ସାହିରେ ଅସନ୍ତୋଷ ଦେଖାଦେଇଥିଲା । ବଡମାଧପୁର ଗ୍ରାମରୁ ବୃହତ ପାନୀୟ ଯୋଗାଣ ପ୍ରକଳ୍ପ ଦ୍ବାରା ଛତ୍ରପୁର ଓ ବ୍ରହ୍ମପୁର ବାସୀ ଉପକୃତ ହେଉଥିବା ବେଳେ ଏଠି ଦ୍ୱୀପ ତଳ ଅନ୍ଧାର । ସୂଚନା ଥାଉ କି ବିଭିନ୍ନ ଖବରକାଗଜରେ ଉକ୍ତ ଗ୍ରାମରେ ଅମାନତା ଜମା ରାଶି ୭ ଲକ୍ଷ ଟଙ୍କାରୁ ଉର୍ଦ୍ଧ ଓ ଜଳକର ବାବଦକୁ ଲକ୍ଷାଧିକ ଟଙ୍କା ଜମା ଖାତାରେ ଜମା କରାନଯାଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ବ୍ଲକ ପ୍ରଶାସନର ତଦନ୍ତର ଶିଥିଳତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବ୍ଲକ ପ୍ରଶାସନର ନିରବତା ହିଁ ନିରବ ସମର୍ଥନ ପରି ମନେ ହେଉଛି । ଏଣୁ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସାଧାରଣରେ ଦାବି ହୋଇଛି ।