ପିଲାଙ୍କ ପାଠପଢା ବ୍ୟାଗ ଓଜନ କମାଇବା ନିର୍ଦେଶ ସତ୍ୱେ ସ୍କୁଲ ମାନୁ ନ ଥିବାରୁ ଅଭିବାବକ ମହଲରେ ଘୋର ଉଦବେଗ….

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପିଲାଙ୍କ ପାଠପଢା ବ୍ୟାଗ ଓଜନ କମାଇବା ପାଇଁ ସରକାରଙ୍କ ନିର୍ଦେଶ ସତ୍ୱେ ଶିକ୍ଷକ ତଥା ସ୍କୁଲ କର୍ତ୍ତୃପକ୍ଷ ମାନୁ ନ ଥିବାରୁ ଅଭିବାବକ ମହଲରେ ଘୋର ଉଦବେଗ ପ୍ରକାଶ ପାଇଛି । ୨୦୧୯-୨୦ ଶିକ୍ଷା ବର୍ଷରୁ ସ୍କୁଲ ବ୍ୟାଗ୍ ଓଜନ ନିୟମକୁ କଡ଼ାକଡ଼ି କରିବାକୁ ଗତ ମାର୍ଚ୍ଚ ମାସରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସ୍କୁଲକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଅଧିକାଂଶ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏହି ନିୟମକୁ ପାଳନ କରୁନାହାନ୍ତି । ସ୍କୁଲଗୁଡ଼ିକ ନିୟମକୁ ଖୁଲମଖୋଲା ଉଲ୍ଲଂଘନ କରାଯାଉଥିବା ଅଭିଯୋଗ ହେବା ପରେ ଏବେ ପୁଣିଥରେ କଡ଼ା ଭାଷାରେ ପ୍ରାଥମିକ ଓ ମାଧ୍ୟମିକ ନିର୍ଦ୍ଦେଶାଳୟ ନିର୍ଦ୍ଦେଶକଙ୍କ ନିକଟରୁ ଚିଠି ଆସିଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା