ପାରଳାଖେମୁଣ୍ଡି ପୋଲିସର ବିଭିନ୍ନ ଜୁଆ ଆଡ୍ଡା ଚଢାଉ :୨୭ ଗିରଫ, ଟଙ୍କା, ମୋବାଇଲ ଜବତ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ସାରା ରାଜ୍ୟରେ କୁମାର ପୂର୍ଣିମା ଉତ୍ସବକୁ ମହାଲକ୍ଷ୍ମୀ ପୂଜା ସହ ଯୋଡି ଜନସାଧାରଣ ମହା ଆଡମ୍ବରରେ ପାଳନ କରିଥାନ୍ତି । ଏହି ଅବସରରେ କେଉଁ ଆବହମାନ କାଳରୁ ଦଶହରା ଠାରୁ କୁମାର ପୁର୍ଣିମା ଯାଏଁ ଜୁଆ ଖେଳିବା ଏକ ପରମ୍ପରା ହିସାବରେ ଲୋକମାନେ ପାଳନ କରିଆସୁଥାନ୍ତି । କିନ୍ତୁ ବିଭିନ୍ନ ବଡ ବଡ ସହରରେ ଆଇନ ଶୃଙ୍ଖଲା ପରିସ୍ଥିତିକୁ ଆଖିଆଗରେ ରଖି ମାନ୍ୟବର ସୁପ୍ରିମକୋର୍ଟ ଏହା ବନ୍ଦ କରି ଦେଇଛନ୍ତି । ଏହା ଉପରେ ଆଉ କେହି ଚ୍ୟାଲେଞ୍ଜ ନ କରିବାରୁ ତାହା ଆଇନରେ ପରିଣତ ହୋଇଯାଇଛି । ଫଳରେ ବଡ ବଡ଼ ସହରରେ କାଁ ଭାଁ ଜୁଆ ଖେଳ ଲୁଚା ଛପାରେ ଚାଲିଥିବା ବେଳେ ଗାଁ ଗହଳ ଛୋଟ ସହରରେ ଜୁଆ ଖେଳ ଧୁମ ଧାମରେ ଚାଲୁଥିବା ଦେଖିବାକୁ ମିଳିଥାଏ ତେଣୁ ଆଇନ ଅନୁଯାୟୀ ଜୁଆ ଆଡ୍ଡା ଉପରେ ପୋଲିସ ନଜର ରଖିବାକୁ ବାଧ୍ୟ ହୋଇଛି । ସେହିଭଳି ପାରଳାଖେମୁଣ୍ଡି ଏକ ଛୋଟିଆ ସହର ହେଲେ ମଧ୍ୟ ପରମ୍ପରାକୁ ଭୁଲି ପାରି ନାହାନ୍ତି । ଲୁଚା ଚୋରାରେ ଖେଳ ସହ ଚାଲିଛି ମହା ଆଡମ୍ବରରେ କୁମାର ପୂର୍ଣିମା ଉତ୍ସବ। ଉତ୍ସବରେ ପରମ୍ପରା ରୂପେ କିଛି ସ୍ଥାନରେ ଜୁଆ ଖେଳ ଚାଲିଥାଏ । କିନ୍ତୁ କୁମାର ପୂର୍ଣିମା ପୂର୍ବ ରାତ୍ର ଏସପି ସାରା ଶର୍ମାଙ୍କ ନିଦ୍ଦେର୍ଶ କ୍ରମେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ବିଭିନ୍ନ ଜୁଆ ଆଡାଉପରେ ଚଢାଉ କରି ୨୭ ଜଣ ଜୂଆଡିଙ୍କୁ ଗିରଫ କରିଛି। ପାରଳାଖେମୁଣ୍ଡି ରାଜନଗର ଛକରୁ ୬ ଜଣ ଜୂଆଡିଙ୍କୁ ଗିରଫ କରି ୧୪୦୦୦ ଟଙ୍କା ସହ ୩ ଗୋଟି ମୋବାଇଲ ଫୋନ, ନୂଆ କାମ୍ପସାହିରୁ ୧୫ ଜଣଙ୍କୁ ଗିରଫ କରି ୧,୧୩ ହଜାର ଟଙ୍କା ସହ ୭ ଗୋଟି ମୋବାଇଲ ଫୋନ ଓ ପାରଳାସାହିରୁ ୬ ଜଣଙ୍କୁ ଗିରଫ କରି ୪୧୦୦ ଟଙ୍କା ୫ ଗୋଟି ମୋବାଇଲ ଫୋନ ସହ ୫ଟି ମଟର ସାଇକେଲ ଜବତ କରିଛି । ଏ ସଂପର୍କରେ ଆଜି ପାରଳାଖେମୁଣ୍ଡି ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଥିଲେ ।

ରିପୋର୍ଟ : ଗଜପତି ଜିଲ୍ଳା ପ୍ରତିନିଧି କୃଷ୍ଣ କୁମାର ବେହେରା