ପାରଳାଖେମୁଣ୍ଡିରେ ଦୁଇ ନାବଳକଙ୍କୁ ଚେଙ୍କ ଦେଇ ଜଣେ ଗିରଫ…

ପାରଳାଖେମୁଣ୍ଡି(ସମୃଦ୍ଧ ଓଡିଶା)ପାରଳାଖେମୁଣ୍ଡି ସହରର ସଞୟ ଗାନ୍ଧୀ କଲୋନୀରେ ଘଟିଛି ଏକ ଅଭନୀୟ ଘଟଣା। ଘର ବାହାରେ ଖେଳୁଥିବା ଦୁଇଜଣ ନାବାଳକଙ୍କୁ ଡାକିନେଇ ଜଣେ ବ୍ୟକ୍ତି ଟି. ଲୋକ୍ ଲୁହା ଗରମ କରି ଦୁଇ ନାବଳକଙ୍କୁ ଗୁପ୍ତାଙ୍ଗକୁ ଚେଙ୍କ ଦେଇଛି। ସେହି ଦୁଇ ନାବଳକଙ୍କ ବୟସ ୬ ଓ ୭ ବର୍ଷ । ନାବଳକ ଦୁଇଜଣଙ୍କୁ ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏପଟେ ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରା ଉଚରା କରୁଛି। ଏସଡିପିଓ ଠାକୁର ପ୍ରସାଦ ପାତ୍ର କହିଛନ୍ତି ଯେ ଗତ ୯ ତାରିଖ ପୂର୍ବାହ୍ନ ପ୍ରାୟ ୧୧ ଘଣ୍ଟା ସମୟରେ ପ୍ରତିଦିନ ଭଳି ଦୁଇ ଭାଇ ଘର ବାହାରେ ଖେଳୁଥିଲେ । ଏହି ସମୟରେ ପୋଡୋଶି ଟି. ଲୋକୁ ନିଜ ଘରକୁ ଡାକି ନେଇ ଲୁହା ଗରମ କରି ଉଭୟଙ୍କ ଗୁପ୍ତାଙ୍ଗରେ ଚେଙ୍କ ଦେଇଥିଲା ଏ ସମ୍ପର୍କରେ ସେମାନେ ତାଙ୍କ ବାପା ଓ ମାଙ୍କୁ ଜଣାଇଥିଲେ । ତେବେ ସମ୍ପୃକ୍ତ ଦୁଇ ନାବଳକଙ୍କ ବାପା ପାରଳାଖେମୁଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡିତ ନାବଳକ ଘଟଣା ସମ୍ପର୍କରେ କିଛି ସ୍ପଷ୍ଟଭାବେ କହି ପାରୁନାହିଁ ବୋଲି ପୋଲିସ କହିଛି । ତେଣୁ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ଆଜି ଆଦର୍ଶ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଠାକୁର ପ୍ରସାଦ ପାତ୍ର ସୂଚନା ଦେଇଛନ୍ତି।

ରିପୋର୍ଟ :ଗଜପତି ଜିଲ୍ଳା ପ୍ରତିନିଧି କୃଷ୍ଣ କୁମାର ବେହେରା