ପାତ୍ରପୁର ବ୍ଲକରେ ଟ୍ରକ ତଳେ ଚାପି ହୋଇ ଯୁବକ ମୃତ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକର ଖlରିଆଗୁଡ଼ା ଗ୍ରାମ ବିଜିପୁର ଛକ ନିକଟରେ ଘଟିଛି ଅଭାବନୀୟ ଘଟଣା । ସୂଚନା ଯୋଗ୍ୟକି ତାଳପଡା ଗ୍ରାମର ଭାଗବତ ଚଣ୍ଡ ବୟସ ପଚାଶ ।ଖlରିଆଗୁଡ଼ା ଯିବା ସମୟରେ ଗାଡି ନମ୍ବର ଓଆର୧୪ଟି୮୪୨୨ ବାଲି ବୋଝେଇ ଛ ଚକିଆ ଟ୍ରକ ଦ୍ରୁତ ଗତିରେ ଗ୍ରାମ ଭିତରେ ଆସୁଥିବା ସମୟରେ ସାଇକେଲ ଆରୋହୀ ଭାର ଶlମ୍ୟ ହରାଇ ଟ୍ରକର ପଛ ଚକା ତଳେ ପଡି ପ୍ରାଣ ହରାଇଛନ୍ତି । କିନ୍ତୁ ଟ୍ରକ ଡ୍ରାଇଭର ପୋଲିସ ପାଖରେ ଆତ୍ମ ସମର୍ପଣ କରିଛନ୍ତି । ହେଲେ ଲୋକେ ନ୍ୟାୟ ଦାବିରେ ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଘଟଣା ସ୍ଥଳରେ ଜରଡ଼ା ଥାନା ଅଧିକାରୀ ପହଂଚି ବହୁ ସମୟରେ ରାସ୍ତା ରୋକ ହଟେଇ ଦୃଢ କାର୍ଯ୍ୟ ନୁଷ୍ଠାନ କରିବେ ବୋଲି କହିଥିଲେ ଏବଂ ଏତଲା ଜାରି କରିଥିଲେ । ଏହାପରେ ତାଙ୍କ ପରିବାର ଲୋକେ କ୍ଷତି ପୂରଣ ଦାବିରେ ଦୀର୍ଘ ଚାରି ଘଣ୍ଟା ଶବ ପଡି ରହିବା ପରେ ଜରଡ଼ା ଥାନା ଅଧିକାରୀ ପହଞ୍ଚି ଶବ ବ୍ୟବେଛେଦ ପାଇଁ ଲୋକଙ୍କୁ ବୁଝା ସୁଝା କରି ବ୍ରହ୍ମପୁର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ସୂଚନା ମିଳିଛି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା