ପଶ୍ଚିମବଙ୍ଗର ହରିଣକୁ ଉଦ୍ଧାର କଲେ ଉପାନ୍ତ ଓଡିଶା ଗ୍ରାମବାସୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପଶ୍ଚିମବଙ୍ଗର ଏକ ହରିଣ ଓଡିଶାକୁ ପଳାଇ ଆସୁଥିବାରୁ ଆଜି ତାକୁ ଉପାନ୍ତ କ୍ରାମବାସୀମାନେ ଉଦ୍ଧାର କରି ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଛନ୍ତି । କିନ୍ତୁ ପଶ୍ଚିମବଂଗ ବନବିଭାଗ ଏହାକୁ ଗ୍ରହଣ ନ କରିବାରୁ ଓଡିଶା ବନବିଭାଗର ମୁଣ୍ଡବ୍ୟଥାର କରରଣ ହୋଇଛି । ଓଢିଶାର ରାଇବଣିଆ ଥାନା ଅଂଚଳକୁ ଲାଗି ପଶ୍ଚିମବଂଗର ପଶ୍ଚିମ ମେଦିନୀପୁରୀ ଜିଲାର ନୟାଗ୍ରାମ ଥାନା ଇଲାକା ବିସ୍ତର୍ଣ୍ଣ ଅଂଚଳ ରହିଛି । ଏହି ଅଂଚଳରେ ଘନ ଜଂଗଲ ଥିବାରୁ ଏଥିରେ ଥିବା ବନ୍ୟଜନ୍ତୁମାନେ ଆସି ବାଲେଶ୍ୱର ଜିଲାର ରାଇବଣିଆ ଅଂଚଳରେ ବ୍ୟାପକ କ୍ଷତି ଘଟାଇଥାନ୍ତି । ଆଜି ଅପରାହ୍ନରେ ସୁବର୍ଣ୍ଣରେଖା ନଦୀକୂଳ ରାଇବଣିଆ ଥାନା ଅନ୍ତର୍ଗତ ଗୋପାଳପୁରଠାରେ ଏକ ୪ବର୍ଷର ହରିଣ ଚରୁଥିବାର ଦେଖିବାକୁ ମିଳିଥିଲା । ଗ୍ରାମର ଯୁବକମାନେ ଏହାକୁ ଗୋଡାଇବାରୁ ହରିଣଟି ରାଜନଗର ଅଂଚଳରେ ଦୌଡାଦୌଡି କରିଥିଲା । ଘଟଣାସ୍ଥଳରେ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଅଶ୍ୱିନୀ କୁମାର ଦାସ, ସବୁଜବାହିନୀର ଅମରେଶ ଦାସ, ନିମାଇଁ ବେହେରା, ସୁରେଶ ଦାସ, ମଧୁସୁଦନ ଦାସ, ରବିନ୍ଦ୍ର ଚାନ୍ଦ, କାର୍ତ୍ତିକ ପାତ୍ର, ବିପ୍ଲବ ପାତ୍ର ପ୍ରମୁଖ ପହଞ୍ଚିଥିଲେ । ରାଜନଗର ଗ୍ରାମର ସୁଶାନ୍ତ ନାୟକସୂର୍ଯ୍ୟନାୟକ, କାଳିପଦ ନାୟକ, ଦିଲ୍ଲିପ ବେହେରାଙ୍କ ନେତୃତ୍ୱରେ ହରିଣଟିକୁ ରବିଚାଷ କ୍ଷେତରୁ ଧରିଥିଲେ । ଦମକଳ କେନ୍ଦ୍ରର ଆଗ୍ନେକ ମଧୁସୂଦନ ଦାସ ଓ ମନୋରଂଜନ ପାତ୍ର ସେଠାରେ ପହଞ୍ଚି ଫରେଷ୍ଟର ତପନ ସିଂ ଓ ଗାର୍ଡ ମନୋହର ସିଂଙ୍କୁ ହସ୍ତାନ୍ତର କରିଥିଲେ । ଜଳେଶ୍ୱର ଫରେଷ୍ଟ ରେଞ୍ଜର ସରୋଜ କୁମାର ମହାନ୍ତି ଆସନ୍ତା ରବିବାର ହରିଣଟିକୁ କୂଳଡିହା ଜଂଗଲରେ ଛଡାଯିବାର ସୂଚନା ଦେଇଛନ୍ତି । କିନ୍ତୁ ଏହି ହରିଣଟି ନୟାଗ୍ରାମ ଅଂଚଳର ହୋଇଥିବାରୁ ସେଠାକାର ବନକର୍ମଚାରୀଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ କରୋନା ସମୟରେ ଏହାକୁ ନେବାକୁ ମନା କରିଦେଇଥିଲେ । ସୂଚନାଯୋଗ୍ୟ ବହୁ ସମୟରେ ସେଠାକାର ହାତୀ ଆସି ରାଇବଣିଆ ଅଂଚଳରେ କ୍ଷୟକ୍ଷତି କରୁଛନ୍ତି । ଏପରିକି ସେଠାକାର ହରିଶ, ମୟୂର, ବାଘ ମଧ୍ୟ ରାଇବଣିଆ ଅଂଚଳକୁ ଆସିଥିବା ଓ ସେସବୁକୁ ଉଦ୍ଧାର କରି ଅନ୍ୟତ୍ର ଛଡାଯାଇଥିବା ରେକର୍ଡ ରହିଛି ।

ରିପୋର୍ଟ : ଭୂପତି କୁମାର ପରିଡା