ଗୋବରଘାଟା ଦଳେଇ ସାହିରେ ଘର ପୋଡ଼ି ଲକ୍ଷାଧିକ ଟଙ୍କା କ୍ଷତି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଗୋବରଘାଟା ଗ୍ରାମ ପଞ୍ଚାୟତର ଦଳେଇ ସାହି ଗ୍ରାମରେ ଗତକାଲି ତଥା ୩ ତାରିଖ ଦିନ ରାତିରେ ରାମଚନ୍ଦ୍ର ଦଳେଇ ପି. ଭାନୁ ଦଳେଇଙ୍କ ଘରଟି ସମ୍ପୁର୍ଣ୍ଣ ଭାବେ ପୋଡ଼ି ଯାଇଛି ।  ଘରେ ନିଆଁ ଲାଗିଥିବା ବେଳେ ପରିବାର ଲୋକ ଘର ଭିତରେ ଉପସ୍ଥିତ ଥିଲେ । ନିଆଁ ଲାଗିଥିବା ଦେଖି ଘରୁ ବାହାରକୁ ଦୌଡ଼ି ପଳେଇ ଆସିଥିଲେ । ଗ୍ରାମର ଲୋକେ ନିଆଁ ଲିଭେଇବା ପାଇଁ ବହୁ ଚେଷ୍ଟା କରିଥିବା ବେଳେ ଲିଭେଇ ପାରି ନ ଥିଲେ । ଘରେ ୩ ଗୋରୁ ଅଧା ପୋଢା ଅବସ୍ତାରେ ଗ୍ରାମ ଲୋକ ଉଦ୍ଧାର କରି ଥିଲେ । ଦମକଳ ବିଭାଗ ପହଞ୍ଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା । ଘରେ ଥିବା ସମସ୍ତ ଆସବାବ ପତ୍ର ଧାନ ଚାଉଳ, ନଗଦ ୨୦ ହଜାର ଟଙ୍କା, ମାଛଧରା ଜାଲ ପ୍ରାୟ ୧ ଲକ୍ଷ ଟଙ୍କା, ଧାନକୋଟା ମେସିନ ଆକଳନ ମୂଲ୍ୟ ପ୍ରାୟ ୭୦ ଜଜାର ଟଙ୍କା ହେବ । ସେଠାରେ ଗ୍ରାମବାସୀଙ୍କ ସହିତ ସମିତିସଭ୍ୟଙ୍କ ପ୍ରତିନିଧି ଚନ୍ଦନ କର, ବିଜୁ ଯୁବ ବାହିନୀ ସଭ୍ୟ ରାଜକୁମାର ଦଳେଇ ଉପସ୍ଥିତ ଥିଲେ ।  ତାଙ୍କୁ ସରକାରି ସାହାଯ୍ୟ ଦେବା ପାଇଁ ସମାଜସେବୀ ଚନ୍ଦନ କର ଓ ବଳରାମ ପାଳ ଦାବୀ କରିଛନ୍ତି ।

ରିପୋର୍ଟ : ଭୂପତି କୁମାର ପରିଡା