ପରଲୋକରେ ଜମିଦାର ରାୟବାହାଦୁର ବିଶ୍ୱନାଥ ପରିଡାଙ୍କ ଶେଷ ଦାୟାଦ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ଜଳେଶ୍ୱର ଥାନା ଅନ୍ତର୍ଗତ ଜମାଳପୁର(ଚଉଘନୀ)ର ଜମିଦାରୀ ପ୍ରଥାର ଶେଷ ଦାୟାଦ ଥିବା ଶ୍ରୀହରୀ ଚରଣ ପରିଡା (୯୬) ବର୍ଷ ବୟସରେ ଇହଲିଳା ସମ୍ବରଣ କରିଛନ୍ତି । ସେ ଜମିଦାର ରାୟବାହାଦୁର ବିଶ୍ୱନାଥ ପରିଡାଙ୍କ ଶେଷ ଦାୟାଦ ବା ଜମିଦାର ଥିଲେ । ସେ ୧୯୪୭ରୁ ୫୧ ପର୍ଯ୍ୟନ୍ତ ସ୍ୱାଧୀନତା ପୂର୍ବରୁ ସରପଞ୍ଚ ଭାବେ ମଧ୍ୟ ରହିଥିଲେ । ବିଶ୍ୱନଦାଥ ପରିଡାଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା ହାଇସ୍କୁଲ, ଡାକ୍ତରଖାନା, ମନ୍ଦିର ଓ ଦୀନକୃଷ୍ଣ କଲେଜର ପରିଚାଳନା କମିଟିର ସଦସ୍ୟ ରହିଥିଲେ । ସେ ବିଜୁ ପଟ୍ଟନାୟକଙ୍କ ଅନୁଗାମୀ ଥିଲେ । ଫଳରେ ସେ ଅଂଚଳର ବିକାଶ କାର୍ଯ୍ୟରେ ନିଜକୁ ସାମିଲ କରି ପାରିଥିଲେ । ତାଙ୍କ ମୃତ୍ୟୁ ଶର୍ଯ୍ୟା ନିକଟରେ ୩ୟ ପୁତ୍ର, ପରିବାରବର୍ଗ ଉପସ୍ଥିତ ଥିବା ବେଳେ ହାଇସ୍କୁଲ ସମ୍ମୁଖରେ ଥିବା ଜମିଦାର ପରିବାର ଶ୍ମାଶାନରେ ଶେଷ କୃତ୍ୟ ଅନୁଷ୍ଠିତ ହୋଇଥିଲା । ବଡ ପୁଅ ଅସୀତ୍ ପରିଡା ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ବିଧାୟକ ଅଶ୍ୱିନୀ ପାତ୍ର, ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ମଧୁସୂଦନ ସେନାପତି, ସଞ୍ଚିତା ପରିଡା, ମଞ୍ଜୁବାଳା ପ୍ରଧାନ, ସରପଞ୍ଚ ଶୁଭସ୍ମିତା ଦାସ, ପ୍ରବିର ଦାସ, ଆଇନ୍‌ଜିବୀ ରାମଚନ୍ଦ୍ର ଜେନା, ସୁଦର୍ଶନ ଦାସ, ଅଶୋକ ପରିଡା, ପ୍ରଫେସର ବିପିନ ବିହାରୀ ବିଶ୍ୱାଳ, ଖଗେନ୍ଦ୍ର ସାହୁ ଶୋକବ୍ୟକ୍ତ କରିଛନ୍ତି ।

ରିପୋର୍ଟ : ଭୂପତି ପରିଡା