ଦୀନକୃଷ୍ଣ କଲେଜ ସଂସ୍କୃତ ପ୍ରାଧ୍ୟାପକଙ୍କ ଅବସର…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଦୀନକୃଷ୍ଣ ମହାବିଦ୍ୟାଳୟର ସଂସ୍କୃତ ବିଭାଗର ପ୍ରାଧ୍ୟାପକ ଡ. ସୁଧାଂଶୁ ଶେଖର ଗିରି ଆଜି ଅବସର ଗ୍ରହଣ କରିଥିବାରୁ ସଂସ୍କୃତ ବିଭାଗ ପକ୍ଷରୁ ଅବସରକାଳୀନ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷ ଡ. ରମେଶ ଚନ୍ଦ୍ର ରାଉତ ପୌରହିତ୍ୱ କରି ଅବସର ଗ୍ରହଣ ପରେ ଜଣେ ଶିକ୍ଷକ ବା ଅଧ୍ୟାପକର ଶିକ୍ଷାର ମାନଦଣ୍ଡ ଛାତ୍ରଛାତ୍ରୀଙ୍କଠାରୁ ପ୍ରକାଶ ପାଇଥାଏ ବୋଲି କହିଥିଲେ । ବିଭାଗୀୟ ମୁଖ୍ୟ ପୁଷ୍ପାଞ୍ଜଳି ପାଇକରାୟ ସୂଚନା ଓ ଆଭିମୁଖ୍ୟ ତଥା ସ୍ୱାଗତ ଅଭିଭାଷଣ ରଖିଥିଲେ । ପ୍ରାଧ୍ୟାପକ ବିଭୂତି କୁମାର ଦାସ, ଡ. ଅକ୍ଷୟ ନାରାୟଣ ଦାସମହାପାତ୍ର, ଡ. ରଜନୀକାନ୍ତ ଭୂୟାଁ, ଡ. ରବିନାରାୟଣ ସାସମଲ, ରତିକାନ୍ତ ବେହେରା, ରାଧାରଂଜନ ସେନାପତି ପ୍ରମୁଖ ଅବସରପ୍ରାପ୍ତ ଶିକ୍ଷକ ଡ. ସୁଧାଂଶୁ ଶେଖର ଗିରିଙ୍କ ଛାତ୍ର ବତ୍ସଳତା, କର୍ତ୍ତବ୍ୟନିଷ୍ଠା, ଶ୍ରେଣୀକାର୍ଯ୍ୟ ପରିଚାଳନା ସମ୍ପର୍କରେ କହିଥିଲେ । ଉତ୍ତରରେ ପ୍ରଧ୍ୟାପକ ଡ. ଗିରି ତାଙ୍କ ଅତୀତ ଦିନର ସ୍ମୃତି ବର୍ଣ୍ଣନା କରିବା ସହିତ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କ କୃତି ସଂପର୍କରେ ଜାଣିଲେ ସେ ଖୁସୀ ହେବେ ବୋଲି କହିଥିଲେ । ଅଧ୍ୟାପିକା ମାମୁନୀ ବେହେରା ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ରତନ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ ।

ରିପୋର୍ଟ : ଭୂପତି ପରିଡା