ପବିତ୍ର ଗାନ୍ଧୀଜୟନ୍ତୀରେ ଓଡ଼ିଶାର ଅଗ୍ରଣୀ ଶିକ୍ଷାନୁଷ୍ଠାନ SMIT ପକ୍ଷରୁ ଲାଂଜିପାଲ୍ଲୀରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର (ରବି ପଟନାୟକ)150ତମ ମହାତ୍ମାଗାନ୍ଧୀଙ୍କ ଜନ୍ମତିଥି ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜନ୍ମତିଥି ସାରାଦେଶରେ ପାଳନ କରାଯାଉଥିବାବେଳେ ଆଜି ବ୍ରହ୍ମପୁରଠାରେ ରାଜ୍ୟର ଅନ୍ୟତମ ଶିକ୍ଷାନୁଷ୍ଠାନ ତଥା ପୂର୍ବତନ ମନ୍ତ୍ରୀ ହିଞ୍ଜିଳିର ପ୍ରାକ୍ତନ ଭାଗ୍ୟବିଧାତା କର୍ମବୀର ବୃନ୍ଦାବନ ନାୟକଙ୍କ ସ୍ବପ୍ନ – ସଂଜୟ ମେମୋରିଆଲ ବୈଷୟିକ ଶିକ୍ଷାନୁଷ୍ଠାନ SMIT ପକ୍ଷରୁ ମଧ୍ୟ ପବିତ୍ର ଗାନ୍ଧୀଜୟନ୍ତୀ ମହାସମାରୋହରେ ପାଳନ କରାଯାଇଛି । SMIT  ସଭାପତି ଡ଼ଃ ଭଗବାନ ଗନ୍ତାୟତଙ୍କ ନେତୃତ୍ୱରେ ଆଜି ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ପଲିଥିନ ବ୍ୟବହାର ନକରିବାକୁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇଥିବା ସହ ଲାଂଜିପାଲ୍ଲୀ ହନୁମାନ ମନ୍ଦିର ନିକଟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ବ୍ରହ୍ମପୁର ସହରର ବହୁମାନ୍ୟଗଣ୍ୟ ବ୍ୟକ୍ତି ତଥା ନେତୃବୃନ୍ଦ ଅଂଶ ଗ୍ରହଣ କରିଥିଲେ । ବ୍ରହ୍ମପୁର ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗୋପାଳପୁର ବିଧାୟକ ଡାକ୍ତର ପ୍ରଦୀପ କୁମାର ପାଣିଗ୍ରାହୀ, ବିଜେଡି ନେତା ସୁବାସ ଚନ୍ଦ୍ର ମହାରଣା, ବିକ୍ରମ କୁମାର ପଣ୍ଡା, ପ୍ରସନ୍ନ କୁମାର ଗନ୍ତାୟତ, ଅମୀୟ କୁମାର ପଣ୍ଡା, ଶ୍ରୀମତୀ ସୋନାଲି ଗନ୍ତାୟତ ଓ SMIT ସଭାପତି ଡକ୍ଟର ଭଗବାନ ଗନ୍ତାୟତ ଏବଂ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପଲିଥିନ ବ୍ୟବହାରର ଅପକାରିତା ସମ୍ପର୍କରେ ବୁଝାଇଥିଲେ ଆଉ ମଧ୍ୟ ବୃକ୍ଷ ରୋପଣ ଦ୍ୱାରା ପରିବେଶକୁ କିପରି ସଂରକ୍ଷଣ କରାଯାଏ ସେ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ସଚେତନ କରାଇଥିଲେ । ଶେଷରେ ଏଭଳି ପବିତ୍ର କାର୍ଯ୍ୟକ୍ରମକୁ ସମସ୍ତଙ୍କ ପୂର୍ଣ୍ଣପ୍ରାଣ ସମର୍ଥନ ମିଳିଥିବାରୁ ଡ଼କ୍ଟର ଭଗବାନ ଗନ୍ତାୟତ ଧନ୍ୟବାଦ ଦେଇଥିଲେ ।            

SMIT କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଡ଼ା ପଟନାୟକ ପଲିଥିନ ବ୍ୟବହାରର ଅପକାରିତା ସମ୍ପର୍କରେ ବୁଝାଉଛନ୍ତି 
ବ୍ରହ୍ମପୁର ବିଧାୟକଙ୍କ ସମେତ ଗୋପାଳପୁର ବିଧାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, SMIT ସଭାପତି ଡ଼ଃ ଗନ୍ତାୟତ ପ୍ରମୁଖ ଛାତ୍ରଛାତ୍ରୀ ଗହଣରେ ବୃକ୍ଷରୋପଣ କରୁଛନ୍ତି  
SMIT +2 କଲେଜର ପଲିଥିନ ନିଷେଧ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ରଛାତ୍ରୀ ବୃନ୍ଦ