ପଦ୍ମପୁର ଗ୍ରାମର ବିଭିନ୍ନ ସମସ୍ୟା ନେଇ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

ସୋରଡ଼ା(ସମୃଦ୍ଧ ଓଡିଶା)ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଥାନା ଅଞ୍ଚଳ ଠାରୁ ଅଳ୍ପ କିଛି ଦୂରରେ ଅବସ୍ଥିତ ପଦ୍ମପୁର ଗ୍ରାମ।ଦୀର୍ଘଦିନ ଧରି ସେହି ଗ୍ରାମର ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇ ଆସୁଛି କିନ୍ତୁ ସମାଧାନ ହେବାର ନା ନେଉନି । ସେହି ଗ୍ରାମର ଜଣେ ଯୁବ ସମାଜସେବୀ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଅଧ୍ୟୟନରତ ଏନ୍ ନୀଳମାଧବ ପାତ୍ର ନିଜର ପ୍ରଚେଷ୍ଟା ବଳରେ ନୀଳମାଧବ ୟୁଥ କ୍ଲବ୍ ଗଠନ କରି ବିଭିନ୍ନ ପ୍ରକାର ସମାଜସେବା କରି ଆସୁଛନ୍ତି ।ବର୍ତ୍ତମାନ ସମସ୍ୟା ଅତି ଗମ୍ଭୀର ହେବା ଯୋଗୁଁ ଗ୍ରାମର ବିଭିନ୍ନ ସମସ୍ୟା ନେଇ ନୀଳମାଧବ ୟୁଥ୍ କ୍ଳବ୍ ଜରିଆରେ ସୋରଡ଼ା ବିଡ଼ିଓ ସିମାଞ୍ଚଳ ମଣ୍ଡଳଙ୍କୁ ଦାବି ପତ୍ର ଦେଇଛନ୍ତି । ଗ୍ରାମକୁ ରାସ୍ତା , ପାନୀୟ ଜଳ ସମସ୍ୟା, ଶ୍ମଶାନ ଗୃହ ନିର୍ମାଣ ଏହିପରି ମୁଖ୍ୟ କେତେଟା ସମସ୍ୟାକୁ ନେଇ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଛି । ସୋରଡା ବିଡ଼ିଓ ଦୀର୍ଘଦିନ ଧରି କାର୍ଯ୍ୟରତ ଥିଲେ ସୁଦ୍ଧା ସମସ୍ୟାର ସମାଧାନର ଉପାୟ ବାହାର କରି ପାରୁ ନ ଥିବା ଯୋଗୁଁ ଆଜି ଏହି ଦାବିପତ୍ର ଦିଆଯାଇଛି । ଆଜିର ଏହି ପରିପ୍ରେକ୍ଷୀରେ ନୀଳମାଧବ ୟୁଥ୍ କ୍ଳବ୍ ର ସଭାପତି ତଥା ରାଜ୍ୟ ପୁରସ୍କାର ପ୍ରାପ୍ତ ଏନ୍ ନୀଳମାଧବ ପାତ୍ର, କାମରାଜୁ ପାତ୍ର ,ଶିବରାମ ବେହେରା, ଗଦାଧର ବାଡତ୍ୟା , ଜିତେନ୍ଦ୍ର ଗୌଡ , କେଶବ ବେହେରା, ଚନ୍ଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ସମସ୍ୟାର ଶୀଘ୍ର ସମାଧାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ଯେମିତିକି ଆଗରୁ ବି କହିଆସୁଥିଲେ । ତେଣୁ ଏହାର ସମାଧାନ ଯଦି ହୁଏ ତାହେଲେ ପଦ୍ମପୁର ବାସି ଚିର ଉପକୃତ ହେବେ ଯଦି ନ ହୁଏ ତାହେଲେ ଏହି ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ତୃତୀୟ ମହଲାରେ ବି ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନୀଳମାଧବ ୟୁଥ୍ କ୍ଳବ୍ ର ସଭାପତି ଏନ୍ ନୀଳମାଧବ ପାତ୍ର କହିଛନ୍ତି ।

ରିପୋର୍ଟ : ଆଶୁତୋଷ ପଟ୍ଟନାୟକ