ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଅଲଚିକି ଭାଷାର ଜନକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୮ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଆଜି ଜଳେଶ୍ୱର ବ୍ଳକ ଅଧିନ ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଅଂଚଳର ଖୁଦିଆ ମାଝିସାହି ଗ୍ରାମପଂଚାୟତ ଅଧିନ ନମାଣିଆ ଠାରେ ଏକ ପ୍ରତୀମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଅନୁଷ୍ଠିତ ଉତ୍ସବରେ ଯୁବ ନେତା ବିପ୍ଳବ ପ୍ରଧାନ ସଭାପତିତ୍ୱ କରିଥିଲେ । ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଷଢଙ୍ଗୀ ଯୋଗ ଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଅବଦାନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, ସାଂସଦ ପ୍ରତିନିଧି ଶାନ୍ତନୁ ପଟ୍ଟନାୟକ, ଫାଲଗୁନୀ ପାଣିଗ୍ରାହୀ, ମୁକୁନ୍ଦ ଜେନା, ସଂଗ୍ରାମ ଜେନା, ରାଜେନ୍ଦ୍ର ନାଥ ସିଂ, ଦୀପାଳି ଟୁଡୁ, ଦବା ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ଗ୍ରାମର ତପନ ସାହୁ, ସନ୍ତୋଷ ସାହୁ, ଚନ୍ଦନ ପାଳ, ସୁଶାନ୍ତ ଘୋଷ, ସଂଜୟ ଘୋଷ, ଶଶାଙ୍କ ପାଳ ପ୍ରମୁଖଙ୍କ ନେତୃତ୍ୱରେ ଉକ୍ତ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିବାରୁ ଆଦିବାସୀ ସମ୍ପ୍ରଦାୟ ପକ୍ଷରୁ ଧନ୍ୟବାଦ ଅର୍ପଣ କରାଯାଇଛି । ଅନୁରୂପଭାବେ ଆଜି ସଂଧ୍ୟାରେ ଲକ୍ଷ୍ମଣନାଥ ଦଶହରା ପଡିଆଠାରେ ରଘୁନାଥ ମୁର୍ମୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଆଦିବାସୀ ଯୁବ ଉର୍ଜ୍ଜା ସଂଗଂନ ପକ୍ଷରୁ ଅନୁଷ୍ଠିତ ଉତ୍ସବରେ ସାଂସଦ ପ୍ରତାପ ଷଡଙ୍ଗୀ ଯୋଗ ଦେଇ ସେମାନଙ୍କୁ ବିକାଶ ଧାରାରେ ସାମିଳ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ପ୍ରବୀର ପ୍ରଧାନ, କବି ବସନ୍ତ ଦାସ, ଦିଲ୍ଲିପ ଗିରି, ପୂର୍ବତନ ସରପଂଚ କାହ୍ନୁ ଚରଣ ଦାସ, ଅଶୋକ ଜେନା, ରବିନ୍ଦ୍ର ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଅଗ୍ରୱାଲା ଛକ ନିକଟରୁ ଗୋବରଘଟା, ଲକ୍ଷ୍ମଣନାଥ ଓ ନଛିମପୁର ପଂଚାୟତର ଶହ ଶହ ଆଦିବାସୀ ଭାଇଭଉଣୀମାନେ ଏକ ବିଶାଳ ଶୋଭାଯାତ୍ରାରେ ଆସି ଦଶହରା ପଡିଆଠାରେ ପହଞ୍ଚିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଗଠନର ସଭାପତି ମୁକୁଲ ହାଁସଦା, ସଂପାଦକ ଭୀମ ହାଁସଦା, ରେଣ୍ଟା ହାଁସଦା, ଜଗନ୍ନାଥ ମୁର୍ମୁ, ଖକନ ମୁର୍ମୁ, କାନ୍ଦ୍ର ମାରାଣ୍ଡି, ସମାଇ ହେମ୍ବ୍ରମ, ଲୁଖିଆ ହେମ୍ବ୍ରମ, ନିରୋଜ ବେହେରା, ରବିନ୍ଦ୍ର ବାରିକ, ଅଜୟ ପଲାଇ, ରବି ଟୁଡୁ, କର ହେମ୍ବ୍ରମ, ରବିନ୍ଦ୍ର ହେମ୍ବ୍ରମ, ଗୁରୁଭା କିସ୍କୁ, କିଷାନ ମୁର୍ମୁ, ଡୁହା ହେମ୍ବ୍ରମ, ରତନ ହାଁସଦା, ସିଧ ବାସ୍କେ, ସାରେଶ୍ୱରୀ ମାରାଣ୍ଡି, ବାସୁଦେବ ମାରାଣ୍ଡି, ମଗଳ ହେମ୍ବ୍ର, ଚମ୍ପା ଟୁଡୁ, ବିଭୁତି ହାଁସଦା, ଶିବୁ ହେମ୍ବ୍ରମ ପ୍ରମୁଖ ପରିଚାଳନା କରିଥିଲେ । ସକାଳ ୯ଟାରେ ସମ୍ପ୍ରଦାୟର ଧାର୍ମିକ ପତାକା ଉତ୍ତଳନ କରାଯାଇଥିଲା ।

ରିପୋର୍ଟ : ଭୂପତି ପରିଡା