ଜଳେଶ୍ୱର ବ୍ଳକରେ ଯୁଗ୍ମ ଜନଶୁଣାଣି : ମୋଟ ୨୦୪ ମାମଲା ପଞ୍ଜିକରଣ, ଫଇସାଲା ୫୦…

ଜଳେଶ୍ୱର (ସମୃଦ୍ଧ ଓଡିଶା) ବର୍ଷକୁ ପ୍ରାୟ ଥରେ ପ୍ରତି ବ୍ଲକରେ ଜିଲାପାଳ ଓ ଏସି.ପିଙ୍କର ଯୁଗ୍ମ ଜନଶୁଣାଣି ହେଉଥିବା ବେଳେ କରୋନାର ଦୁଇବର୍ଷ ପରେ ଆଜି ଜଳେଶ୍ୱର ବ୍ଳକରେ ଏହା ଅନୁଷ୍ଠିତ ହୋଇଛି । ମୋଟ ୨୦୪ଟି ମାମଲା ପଞ୍ଜିକରଣ ହୋଇଥିବା ବେଳେ ଅଭିଯୋଗର ତତ୍‌କାଳ ୫୦ଟି ମାମଲାର ଶୁଣାଣୀ ଶେଷ ହୋଇଛି । ଆସନ୍ତା ୭ ଦିନ ମଧ୍ୟରେ ଅନ୍ୟ ମାମଲା ଗୁଡିକୁ ଫଇସାଲା ଲାଗି ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସଂପର୍କରେ କୁହାଯାଇଛି । ଜିଲାପାଳ ଯୁଗ୍ମ ଜନଶୁଣାଣିରେ ଉଦ୍ଦିଷ୍ଟ ସମୟରେ ପହଞ୍ଚିଥିବା ବେଳେ ଏସ୍‌ପି ୩ ଘଣ୍ଟା ବିଳମ୍ବରେ ପହଞ୍ଚିଥିବାରୁ ଏଥିନେଇ ସାଧାରଣରେ ଗୁଞ୍ଜରଣ ସୃଷ୍ଟି ହୋଇଥିଲା । ଦିନ ୧ଟା ସୁଦ୍ଧା ସମୟ ଅନିବାହିତ ହେବା ବେଳେକୁ ମୋଟ ୨୦୪ଟି ମାମଲା ପଞ୍ଜିକରଣ ହୋଇଥିବା ବେଳେ ୫୦ଟି ମାମଲାର ତତ୍‌କାଳ ଫଇସାଲା କରାଯାଇଥିଲା । ଅତି ସାଧାରଣ ଓ ମୌଳିକ ଘଟଣାରେ ତ୍‌କାଳ ଫଇସାଲା କରାଯାଇଥିବା ବେଳେ ୧୫୪ ମାମଲା ଲାଗି ଜିଲାପାଳ ଓ ଏସ୍‌ପି ବିଭାଗୀୟ କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆର୍ଶ୍ଚଯ୍ୟର ବିଷୟ ଚଳିତଥର ପାଇଁ ବାଲି ଖାଦାନ ସମ୍ପର୍କୀୟ ବିଶେଷ ଅଭିଯୋଗ ଆସି ନ ଥିଲା ବେଳେ ବାଲି ମିଳୁନଥିବାରୁ ନିର୍ମାଣ କାର୍ଯ୍ୟ ଠପ୍ ହୋଇ ଯାଇଛି । ଆଜି ଯୁଗ୍ମ ଶୁଣାଣିରେ ୩ ବର୍ଷଧରି ଜନଶୁଣାଣୀରେ ୫୭ନଂ ରାଜ୍ୟ ରାଜପଥର ଆମ୍ବଳିଅଠାସ୍ଥିତ ସରସ୍ୱତି ଶୁଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଏକ ହମ୍ପସ୍ ନିର୍ମାଣ ଜିଲାପାଳଙ୍କ ନିର୍ଦ୍ଦେଶକୁ ପୁର୍ତ୍ତ ବିଭାଗ ଅବଜ୍ଞା କରୁଥିବାରୁ ଆସନ୍ତା ୩ ଦିନ ମଧ୍ୟରେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୫୭ନଂ ରାଜ୍ୟ ରାଜପଥ ଆମ୍ବଳିଅଠା ଗ୍ରାମ ନିକଟରେ ନୟନଯୋରୀରେ ପାଣି ନିଷ୍କାସନ, ୬୮ବର୍ଷ ବୟସ୍କ କମଳା ଚୌହାନ ହାଇକୋଟ ଆଦେଶ ମୂଳେ ଜଳେଶ୍ୱର ତହସିଲଦାର ତାଙ୍କ ଜମିର ଫଇସାଲା କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ଜିଲାପାଳଙ୍କ ଠାରେ ଅଭିଯୋଗ ବାଢିଛନ୍ତି । ଆରୁହା ଗ୍ରାମର ଜଳନିଷ୍କାସନ ଲାଗି ଗ୍ରାମବାସୀଙ୍କ ପକ୍ଷରୁ ଗଣେଶ ଚନ୍ଦ୍ର ଭୂୟାାଁଙ୍କ ନେତୃତ୍ୱରେ ଶତାଧିକ ଗ୍ରାମବାସୀଙ୍କ ସହିତ ସରପଂଚ ତପନୀ ଭୂୟାଁ, ସମିତି ସଦସ୍ୟ ମଧୁମିତା ମହାନ୍ତି ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଜଳେଶ୍ୱର ପୌର ପାଳିକାରେ ୬ନଂ ୱାର୍ଡର ବନମାଳି ବାରିକ ସ୍ୱଳ୍ପ ବୟସର ହୋଇ ମଧ୍ୟ ଭତ୍ତା ପାଉଥିବା ବେଳେ ବନମାଳି ବାରିକଙ୍କ ମା ସୁଶିଳା ବାରିକ ଏଥିରୁ ବଞ୍ଚିତ ହୋଇଥିବାରୁ କାଉନ୍‌ସିଲର ଚନ୍ଦନ ଦାସ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ନାମ୍ପୋ ଫାଣ୍ଡି ସମ୍ମୁଖରେ ବାରମ୍ବାର ଚାନ୍ଦା ଆଦାୟ ହେଉଥିବା ସମ୍ପର୍କରେ ଅକ୍ଷୟ କୁମାର ଜେନା, ମନୋରଞ୍ଜନ ଜେନା ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ନାମ୍ପୋ ଗାଁର ସୁମତି ଦେ, ଜ୍ୟୋତିବ୍ରହ୍ମ ଦେ ପ୍ରମୁଖ ଗାଁର ସର୍ବସାଧାରଣ ସ୍ଥାନ ଉଦ୍ଧାର କରି ଜନସାଧାରଣଙ୍କ ପାଇଖାନ ଗୃହ ନିର୍ମାଣ କରିବାକୁ ଦାବି କରିଛନ୍ତି । ଜଳେଶ୍ୱର-ଅଗ୍ରୱାଲା ରାସ୍ତା ପ୍ରସସ୍ତିକରଣ ବେଳେ ଆବଶ୍ୟକଠାରୁ ଅଧିକ ଲୋକଙ୍କ ଗୃହ ନ ଭାଙ୍ଗିବାକୁ କାଉନ୍‌ସିଲର ଗୋବିନ୍ଦ ସାହୁ ଓ ଚନ୍ଦନ ଦାସ ଅଭିଯୋଗ ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କୋଟସାହି ପଂଚାୟତରେ ହୋଇଥିବା ଦୁର୍ନିତି ସଂପର୍କରେ ବହୁ ବ୍ୟକ୍ତି ଅଭିଯୋଗ କରିଛନ୍ତି । ନାମ୍ପୋ ହାଇସ୍କୁଲର ପ୍ରଧାନ ଶିକ୍ଷକ ଶାନ୍ତନୁ କୁମାର ସେନ୍‌ଙ୍କ ସମ୍ପର୍କରେ ବାଲେଶ୍ୱର ଡିଇଓଙ୍କ ରାଜ୍ୟ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶଙ୍କ ଦେଇଥିବା ପତ୍ରର କାର୍ଯ୍ୟାନୁଷ୍ଠାନ ଲାଗି ଗୋପାଳ ଚନ୍ଦ୍ର ଦାବି କରିଛନ୍ତି । କୋଭିଡ ସମୟରେ ସରକାରୀ ଅର୍ଥରେ କରୋନା ସେଣ୍ଟାରରେ କ୍ରୟ ହୋଇଥିବା ବିଭିନ୍ନ ମୂଲ୍ୟାବନ ସାମଗ୍ରୀ ଏବେ କିପରି, କେଉଁଠି ଓ କେଉଁ ଅବସ୍ଥାରେ ରହିଛି ସେ ସମ୍ପର୍କରେ ତଥ୍ୟ ଜାଣିବା ଲାଗି ଜଳେଶ୍ୱର ବିଜେପିର ୪ଟି ଜୋନ ସଭାପତି ମନୋଜ ସାସମଲ, ତପନ ବିଶ୍ୱାଳ, ପ୍ରତାପ ସେନାପତି ଦାବି କରିଛନ୍ତି । ସୁବର୍ଣ୍ଣା ମହାସଂଘକୁ ଛତୁଆ ପ୍ରସ୍ତୁତି ଓ ବଣ୍ଟନ ଲାଗି ନିର୍ଦ୍ଦେଶ ଦେବାକୁ ସଂଘର ସଂପାଦିକା ଭାରତୀ ପାଣିଗ୍ରାହୀ ଜିଳାପାଳଙ୍କୁ ଲେଖିଛନ୍ତି । ମହମ୍ମଦନଗରପାଟଣା ପଞ୍ଚାୟତକୁ ଜଳେଶ୍ୱରପୁର ମୌଜାର ଆଦିବାସୀ ବସ୍ତିକୁ ରାସ୍ତା ନିର୍ମାଣ ଦାବି ହୋଇଛି । ମହୁଲିଆ ଗ୍ରାମର ଗୋଚର ଜମି ଆବଣ୍ଟନ, ସମ୍ପତ୍ତିଆ ପଞ୍ଚାୟତର ପଞ୍ଚାୟତ କାଯ୍ୟାଳୟ ଲୋକାର୍ପିତ ହେବା, ନିଗମାନନ୍ଦ ସରକାରୀ ଉତ୍ତ ବିଦ୍ୟାଳୟରେ ଖାଲିଥିବା ପଦବି ପୂରଣ, ନାମ୍ପୋ ଗ୍ରାମ୍ୟ ରାସ୍ତାରେ ଭାରିଯାନ ଚଳାଚଳ ନ କରିବା ଓ ଜଳନିଷ୍କାସନର ବ୍ୟବସ୍ଥା ହେବା ଲାଗି ଜଗନ୍ନାଥ ପ୍ରଧାନଙ୍କ ଦାବିପତ୍ର, ମହମ୍ମଦନଗରପାଟଣା ପଂଚାୟତର ମିଶନ ଶକ୍ତି ନୂତନ ଗୃହକୁ କାର୍ଯ୍ୟକାରୀ କରିବା, ବିକଳାଙ୍ଗ ବୃଦ୍ଧବୃଦ୍ଧାଙ୍କୁ ବ୍ୟାଙ୍କ ମଧ୍ୟରେ ଭତ୍ତା ପ୍ରଦାନ କରାନଯିବା, ପଞ୍ଜିକୃତ ଚାଷୀଙ୍କୁ ଧାନବିକ୍ରିଲାଗି ଟୋକନ ପ୍ରଦାନ କରିବା, ଜଳେଶ୍ୱରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା, ବରିଷ୍ଠ ନିଗରିକ ମାନଙ୍କୁ ପରିଚୟ ପତ୍ର ପ୍ରଦାନ ଓ ତୁରନ୍ତ ପୂର୍ବଭଳି ରେଳଚଳା କରିବା ଲାଗି ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ପକ୍ଷରୁ ଡ. ରମାକାନ୍ତ ଭଞ୍ଜଙ୍କ ନେତୃତ୍ୱରେ ଜିଳାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ମାନସ ଜେନା, ଜିଲାପରିଦେ ଉପାଧ୍ୟକ୍ଷା ଅନୁସୂୟା ପ୍ରଧାନ, ବ୍ଳକ ଉପାଧ୍ୟକ୍ଷା ସଞ୍ଚିତା ସେନାପତି, ସମସ୍ତ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି, ବିଡିଓ ଅଶ୍ୱିନୀ ଦାସ, ତହସିଲଦାର ସ୍ମୃତିରଂଜନ ମଲ୍ଲିକ, ଡିଇଓ , ବିଇଓ ଭଗିରଥ ଗିରି, ପୁର୍ତ୍ତବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ପଣ୍ଡା, ପୌରଅଧିକାରୀ ଅଜୟ ମହାପାତ୍ର, ବ୍ଳକ କୃଷି ଅଧିକାରୀ ସଂଜୟ ରାଉତ, ଉଦ୍ୟାନ ବିଭାଗ ଅଧିକାରୀ ସାରଙ୍ଗଧର ପଣ୍ଡା, ଆଇଆଇସି ରୋଜାଲିନ୍ ବେହେରା, ବଳରାମ ବେହେରା, ଗୋବିନ୍ଦ୍ର ଚନ୍ଦ୍ର ବେହେରା, ଯୋଗାଣ ଅଧିକାରୀ ସାଗରିକା ରାଉତରାୟ, ସିଡିପିଓ , ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ପ୍ରିୟବ୍ରତ ସିଂ, ଆରଡବ୍ଲୁଏସ୍‌ଏସ୍ ନିର୍ବାହୀ ଯନ୍ତ୍ରୀ ସମୀର ଦେ, ଆର୍‌ଡି ଏସ୍‌ଡିଓ ତୁଶାରକାନ୍ତି ବେହେରା, ବିଦ୍ୟୁତ୍‌ବିଭାଗ ଏସ୍‌ଡିଓ ଭୁବନ କୁମାର ସାହୁ ପ୍ରମୁଖ ଜିଳାସ୍ତରୀୟ ଓ ବ୍ଳକ ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରିପୋର୍ଟ : ଭୂପତି ପରିଡା