ପଡୋଶୀ ରାଜ୍ୟଗୁଡିକର ପ୍ରଣାଳୀକୁ ଆପଣାଇ ଓଡିଶା ଚାଷୀମାନଙ୍କ ଧାନ କ୍ରୟ କରିବାକୁ ଚାଷୀ ସଂଗଠନର ଦାବୀ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ପ୍ରତିଦିନ ଓଡ଼ିଶାର ଚିକିଟି ପାତ୍ରପୁର ବ୍ଲକରୁ ୧୦୦ରୁ ଉର୍ଦ୍ଧ ଧାନ ବୋଝେଇ ଟ୍ରକ ଆନ୍ଧ୍ର ଚାଲଣ ହେଉଥିବା ଅଭିଯୋଗ ହେଉଛି । ଆନ୍ଧ୍ର ସରକାର ଧାନ କାଣିବାବେଳେ କୌଣସି ବାଛ ବିଚାର ନ ରଖି ସଂଗେ ସଂଗେ ପେମେଣ୍ଟ କରୁଥିବାରୁ ୩୫୦ ଟଙ୍କା କମ ହେଲେ ମଧ୍ୟ ଓଡିଶା ଧାନ ଚାଷୀ ଆନ୍ଧ୍ରକୁ ଧାନ ବିକ୍ରି କରୁଛି । ଓଡିଶାରେ ସରକାରଙ୍କ ଉଦାସିନତା ନୀତି ଯୋଗୁଁ ଓ ଜିଲ୍ଲା ପ୍ରସାଶନର ଖାମଖିଆଲ ଯୋଗୁଁ ମଣ୍ଡିରୁ ଧାନ ଉଠା ଯାଉ ନ ଥିବାରୁ ଧାନ ମଣ୍ଡିରେ ପଡ଼ିରହି ଖତ ଖାଉଛି । ଫଳରେ ଚାଷୀ ତାର ମୂଲ୍ୟ ପାଇବା ଅପେକ୍ଷା କ୍ଷତିର ସମ୍ମୁଖୀନ ହେଉଛନ୍ତି । ସେଥିପାଇଁ ଆନ୍ଧ୍ର ସରକାରଙ୍କ ଚାଷୀ ସେବାନୀତି ଯୋଗୁଁ କିଛି କମ ହେଲେ ମଧ୍ୟ ଚାଷୀମାନେ ଆନ୍ଧ୍ର ଧାନ ଚାଲଣ କରୁଥିବା ଦେଖିବାକୁ ମିଳିଛି । ଓଡିଶା ଭଳି ଅପାରଗ ସରକାର ଚାଷୀ ମାରଣ ନୀତି ବିରୁଦ୍ଧରେ ଚାଷୀ ସଂଗଠନ ଗୁଡିକ ମୁଣ୍ଡ ଟେକୁଥିଲେ ମଧ୍ୟ ସରକାର ସଚେତନ ହେଉନଥିବାରୁ ନବ ନିର୍ମାଣ କୃଷକ ସଂଗଠନ ଉଦବେଗ ପ୍ରକାଶ କରିଛି ।ଚାଷୀମାନଙ୍କୁ ହଇରାଣ ହରକତ ନ କରି ଏଭଳି ଅନ୍ଧ ମୁକ ବଧିର ରାଜ୍ୟ ସରକାର ତୁରନ୍ତ ନିଦ୍ରା ଭଙ୍ଗ କରି ମଣ୍ଡିରୁ ଧାନ ଉଠାଇ ସଙ୍ଗେ ସଙ୍ଗେ ଚାଷୀମାନଙ୍କୁ ସେମାନଙ୍କ ଉପଯୁକ୍ତ ମୂଲ୍ୟ ପ୍ରଦାନ କରିବାକୁ ରାଜ୍ୟ କୃଷକ ସଂଗଠନର ଗଞ୍ଜାମ ଜିଲ୍ଲା ପ୍ରଭାରୀ ସଚିନ ମହାପାତ୍ର ଦାବି କରିଛନ୍ତି । ପଡୋଶୀ ରାଜ୍ୟଗୁଡିକରେ କିଭଳି ଚାଷୀମାନଙ୍କ ଠାରୁ ଧାନ କିଣା ଯାଉଛି ଚାଷୀମାନଙ୍କୁ ସେମାନଙ୍କ ଉପଯୁକ୍ତ ପ୍ରାପ୍ୟ ଦିଆଯାଉଛି ସେ ସବୁକୁ ଅନୁଧ୍ୟାନ କରି ସେମାନଙ୍କ ପ୍ରଣାଳୀ ଅନୁକରଣ କରିବାକୁ ଏହି ଚାଷୀ ସଂଗଠନ ପ୍ରଭାରୀ ମହାପାତ୍ର ପରାମର୍ଶ ଦେଇଛନ୍ତି ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା