ପଞ୍ଚାୟତ ନିର୍ବାଚନରେ ଗଣତନ୍ତ୍ରର ସୁରକ୍ଷା ଲାଗି କମ୍ୟୁନିଷ୍ଠ ଦଳର ଆହ୍ୱାନ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ସାମ୍ପ୍ରତିକ ସମାଜରେ ନିର୍ବାଚନ ବୈତରଣୀ ପାରି ହେବାଲାଗି ବିଜେଡି ଓ ବିଜେପି ବହୁ ପ୍ରତିଶୃତି ଓ ଅନୈତିକର କାର୍ଯ୍ୟରେ ଲିପ୍ତ ଥାଇ ନିର୍ବାଚିତ ହେଉଛନ୍ତି । ଫଳରେ ବ୍ୟାପକ ଦୁର୍ନିତି ଓ ଅନୈତିକ କାର୍ଯ୍ୟରେ ସେମାନେ ଲିପ୍ତ ରହୁଛନ୍ତି । କିନ୍ତୁ ଗଣତନ୍ତ୍ରରେ ବିଶ୍ୱାସ ରଖିଥିବା ସିପିଆଇ(ଏମ୍‌) ପଂଚାୟତକୁ ଦୁର୍ନିତୀମୁକ୍ତ ରଖିବା, ପଲ୍ଲିସଭା ମାଧ୍ୟମରେ ଉନ୍ନୟନ କାର୍ଯ୍ୟ କରିବା, ବାର୍ଦ୍ଧ୍ୱକ୍ୟଭକ୍ତା ୩ହଜାର ଟଙ୍କା କରିବା, ଧାନର କ୍ରୟମୂଲ୍ୟ ୩ହଜାର ଟଙ୍କା କରିବା, ଆବାସ ଯୋଜନାରେ ଦୁର୍ନିତୀ ସଂପୂର୍ଣ୍ଣ ବନ୍ଦ ରଖିବାଲାଗି ଦଳୀୟ କର୍ମୀଙ୍କୁ ଦଳୀୟ ରାଜ୍ୟ ସଂପାଦକ ମଣ୍ଡଳି ସଂପାଦକ ମଣ୍ଡଳି ସଦସ୍ୟ ସନ୍ତୋଷ ଦାସ ଆହ୍ୱାନ ଦେଇଛନ୍ତି । ଜଳେଶ୍ୱର ବ୍ଲକର ୯ନଂ ଜିଲପରିଦେ ଜୋନ୍‌ର ଏକ କର୍ମୀ ସମ୍ମିଳନୀ ନୂଆବଜାରସ୍ଥିତ ଭଂଜ ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏଥିରେ ଦିଲ୍ଲିପ ଗିରି ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ରାଜ୍ୟ ନେତା ଶିଶିର ହୁଇ, ସୀତାଂଶୁ ସେନାପତ. କୁନିମଣି ଦାସ. ପଲ୍ଟୁ ଦାସ, ମଦନ ମହାଲି, ସନ୍ତୋଷ ଦାସ, ଯତିନ୍ ଦାସ, ଅଂକୁର ବେହେରା, ଅନିତା ଦାସ, ସରସ୍ୱତି ପଲାଇ, ଅଂଜଳି ସିଂ, ବର୍ଷା ସିଂ, ସୁମିତ୍ରା ଦେ, ଗଗନ ଗିରି, ଗଣେଶ ଜେନା, ଧିରେନ୍ଦ୍ର ଦେ, ଜଗନ୍ନାଥ ପରିଡା, ରବିନ୍ଦ୍ର ବାରିକ, ରାମଚନ୍ଦ୍ର ଦେ, ଅଧିର ହୁଇ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ନେତୃସ୍ଥାନୀୟ ବ୍ୟକ୍ତିମାନେ ୮, ୯, ୧୦ ଜୋନ୍‌ର ଜିଲା ପରିଷଦ ପ୍ରାର୍ଥୀ ସୁମିତ୍ରା ମୁଖୀ, କୁନିମଣି ଦାସ ଓ ପୂର୍ଣ୍ଣଚନ୍ଦ୍ର ସିଂକୁ ଦଳୀୟ ଚିହ୍ନରେ ଭୋଟ ଦେଇ ଜିତାଇବାକୁ ଆହ୍ୱାନ ଜଣାଇଥିଲେ ।

ରିପୋର୍ଟ : ଭୂପତି ପରିଡା