ଦିଗପହଣ୍ଡି ଥାନା ଘେରାଉ କଲେ ଆଙ୍କରୋଡା ଗ୍ରାମବାସୀ…

ଦିଗପହଣ୍ଡି (ସମୃଦ୍ଧ ଓଡିଶା) ଦିଗପହଣ୍ଡି ଥାନା ଅଧିନସ୍ଥ ଆଙ୍କରୋଡା ଗ୍ରାମପଞ୍ଚାୟତର ଆଙ୍କରୋଡା ଗ୍ରାମବାସୀ ଦିଗପହଣ୍ଡି ଥାନା ଘେରାଉ କରିଥିବା ସୂଚନା ମିଳିଛି । ସୂଚନା ଯେ, ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପାଇଁ ସବୁଠି ମାହୋଲ ଗରମ ହୋଇଥିବା ବେଳେ ରାଜନୈତିକ ହିଂସାକୁ ରୋକିବା ପାଇଁ ପୋଲିସ ପ୍ରଶାସନ ଅହରହ ଉଦ୍ୟମ କରି ପାଟ୍ରୋଲିଂ ଜୋରଦାର କରିଛି । ନିଶାକାରବାର ବେଆଇନ ମଦ କାରବାରକୁ ରୋକିବା ପାଇଁ ପୋଲିସ ପ୍ରଶାସନ ବିଭିନ୍ନ ପ୍ରକାର ସୂତ୍ର ଆପଣାଇଛି । ସୋମବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ପୋଲିସ ଆଙ୍କରଦା ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭାଙ୍ଗୁଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କ ସୂଚନା ଅନୁସାରେ ଗାଁର କିଛି ଯୁବକକୁ ପୋଲିସ ବଳ ପ୍ରୟୋଗ କରି ଚାପ ପକାଇ ରାତାରାତି ଉଠାଇ ନେଇଛି । ଏହାର ପ୍ରତିବାଦ କରି ମଙ୍ଗଳବାର ତଥା ଆଜି ସକାଳୁ ଗ୍ରାମବାସୀ ଦିଗପହଣ୍ଡି ଥାନା ସମ୍ମୁଖକୁ ଆସି ଉତ୍ତେଜନା ପ୍ରକାଶ କରିବା ସହିତ ସେମାନଙ୍କୁ ନିସର୍ତ୍ତ ଖଲାସ ଦାବୀ କରିଛନ୍ତି । ନିର୍ବାଚନ ସମୟରେ ପୋଲିସ ପକ୍ଷପାତିତା ନ କରିବାକୁ ଗ୍ରାମବାସୀ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ ଜଣାଇଛନ୍ତି ।

ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା